Only for Entertainment

କେବଳ ବୟସ୍କ ନୁହଁନ୍ତି କମ ବୟସ୍କ ମାନେ ମଧ୍ୟ ଯନ୍ତ୍ରଣାରୁ ମୁକ୍ତି ପାଇଁ କରନ୍ତୁ ଏହି ଉପାୟ ।

Medical News Today
33

ଆଣଣ୍ଠୁ ଗଣ୍ଠି ସମସ୍ୟା ଆଜିକାଲି ଏକ ସାଧାରଣ ସମସ୍ୟା ହୋଇଯାଇଛି । କେବଳ ବୟସ୍କ ବ୍ୟକ୍ତିମାନେ ଏହି ସମସ୍ୟାରେ ପିଡ଼ିତ ହୋଇନଥାନ୍ତି ବରଂ କମ ବୟସର ବ୍ୟକ୍ତିଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଥାଏ । ଯେକୌଣସି କାରଣରୁ ଏହି ସମସ୍ୟା ସୃଷ୍ଟି ହୋଇଥାଏ । ତେବେ ଏଥିରୁ କିଭଳି ମୁକ୍ତି ପାଇବେ ।

ବ୍ରୋକୋଲି: ବ୍ରିଟେନର ୟୁନିଭର୍ସିଟି ଅଫ୍‌ ଏଷ୍ଟ ଏଞ୍ଜେଲିଆର ଗବେଷକଙ୍କ ମତରେ ବ୍ରୋକୋଲି ଖାଇବା ଦ୍ୱାରା ଆଣ୍ଠୁଗଣ୍ଠି ସମସ୍ୟା ଦୂର ହାଇଥାଏ। ଏଥିରେ ଥିବା କ୍ୟାଲସିୟମ, କାବ୍ରୋହାଇଡ୍ରେଟ୍ସ, ପ୍ରୋଟିନ୍‌, ଆଇରନ୍‌, ଭିଟାମିନ୍‌ ଏ ଓ ସି, କ୍ରୋମିୟମ ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ଫଳରେ ବହୁଦିନ ଧରି ଆଣ୍ଠୁଗଣ୍ଠି ସମସ୍ୟା ଦୂର ହୋଇଥାଏ।

ରସୁଣ: ଆଣ୍ଠୁଗଣ୍ଠି ସମସ୍ୟା ଭୋଗୁଥିବା ବ୍ୟକ୍ତି ନିୟମିତ ଭାବେ ଖାଦ୍ୟରେ ରସୁଣ ସାମିଲ କରିବା ଭଲ। ଏଥିରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ୍‌ ତତ୍ତ୍ୱ, ଆଣ୍ଟି ଫଙ୍ଗାଲ, ଆଣ୍ଟି ବାୟୋଟିକ୍‌ ଓ ଆଣ୍ଟି ଇନଫ୍ଲାମେଣ୍ଟୋରି ଗୁଣ ଆଣ୍ଠୁଗଣ୍ଠି ସମସ୍ୟାରୁ ମୁକ୍ତି ଦେଇଥାଏ।

ବଥୁଆ: ବଥୁଆ ଶାଗକୁ ଖାଦ୍ୟରେ ସାମିଲ କରିବା ସହ ନିୟମିତ ଏହାର ରସ ପିଇଲେ ଆଣ୍ଠୁଗଣ୍ଠି ସମସ୍ୟା ଦୂର ହୋଇଥାଏ। ତେବେ ନିୟମିତ ଭାବେ ଏହାକୁ ୩ ମାସ ପିଇଲେ ଭଲ ଫଳ ମିଳିଥାଏ। ମୁଖ୍ୟକଥା ହେଲା ଏହି ରସରେ କିଛି ମିଶାଇ ପିଇବା ଅନୁଚିତ।

ହଳଦୀ: ହଳଦୀରେ ରହିଛି କରକ୍ୟୁମିନ ନାମକ ଏକ ତତ୍ତ୍ୱ। ଯାହା ରୋଗ ସୃଷ୍ଟିକାରୀ ଜୀବାଣୁ ବା ବ୍ୟାକ୍ଟେରିଆଙ୍କୁ ମାରି ଦେଇଥାଏ। ତେଣୁ ନିୟମିତ ଏହାକୁ ଖାଇଲେ ଆଣ୍ଠୁଗଣ୍ଠି ସମସ୍ୟାରୁ ମୁକ୍ତି ମିଳିଥାଏ।

ଓମେଗା ୩ ଫ୍ୟାଟି ଏସିଡ୍‌: ଏହା ସାଧାରଣତଃ ମାଛରୁ ମିଳିଥାଏ। କେତେଗୁଡିଏ ନିର୍ଦ୍ଦିଷ୍ଟମାଛ ସହ ମାଛ ତେଲ ବ୍ୟବହାର କଲେ ଶରୀରକୁ ମେଗା ୩ ଫ୍ୟାଟି ଏସିଡ୍‌ ମିଳିଥାଏ। ଏହା ଆଣ୍ଠୁଗଣ୍ଠି ସମସ୍ୟାପାଇଁ ଭଲ କାମ ଦେଇଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More