Only for Entertainment

ଜାଣି ରଖନ୍ତୁ ଶିବଙ୍କ ପୂଜାରେ ହଳଦୀ ବ୍ୟବାହର କଲେ କ’ଣ ହୋଇଥାଏ ।

youtube
0 97

ହିନ୍ଦୁ ଧର୍ମର ମହତ୍ୱପୂର୍ଣ୍ଣ ଦେବତାମାନଙ୍କ ମଧ୍ୟରେ ଭଗବାନ ଶିବ ମଧ୍ୟ ଜଣେ । ତନ୍ତ୍ର ସାଧନାରେ ଭଗବାନ ଶିବ ଭୈରବ ନାମରେ ପୂଜା ପାଆନ୍ତି । ଶିବ ଅଧିକାଂଶ ଚିତ୍ରରେ ଯୋଗୀ ଭାବରେ ଦେଖିବାକୁ ମିଳନ୍ତି ଏବଂ ତାଙ୍କୁ ଉଭୟ ଶିବଲିଙ୍ଗ ଏବଂ ମୂର୍ତ୍ତି ରୂପରେ ପୂଜା କରାଯାଏ । ତାଙ୍କ ଗଳାରେ ନାଗ ଦେବତା, ହାତରେ ଡମ୍ବରୁ ଏବଂ ତ୍ରୀଶୁଳ ମଧ୍ୟ ରହିଛି । କିନ୍ତୁ ଭଗବାନ ଶିବଙ୍କ ପୂଜା ଅଧିକତର ଶିବଲିଙ୍ଗ ରୂପରେ କରାଯାଏ ।

କୁହାଯାଏ ଭଗବାନ ବିଷ୍ଣୁ ଏବଂ ବ୍ରହ୍ମାଙ୍କ ଗର୍ବ ଭାଙ୍ଗିବା ପାଇଁ ଭଗବାନ ଶିବ ଶିବଲିଙ୍ଗ ରୂପ ଧାରଣ କରିଥିଲେ । ସେହି ଦିନଠାରୁ କୁହାଯାଏ ଯେ ଶିବଲିଙ୍ଗ ସାକ୍ଷାତ ଭଗବାନ ଶିବଙ୍କ ସ୍ୱରୂପ ଅଟେ । ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଅଧିକ କଷ୍ଟ କରିବାକୁ ପଡ଼ି ନଥାଏ । ସେ ଏହିଭଳି ଜଣେ ଭଗବାନ ଯିଏ ଖୁବ ଶୀଘ୍ର ଭକ୍ତଙ୍କ ଠାରେ ପ୍ରସନ୍ନ ହୋଇ ଯାଆନ୍ତି । କୁହାଯାଏ ଯେ ସେ ଯେତେଶୀଘ୍ର ପ୍ରସନ୍ନ ହୁଅନ୍ତି ସେତେ ଶୀଘ୍ର କ୍ରୋଧିତ ମଧ୍ୟ ହୁଅନ୍ତି ।

ଏହା ମଧ୍ୟ କୁହାଯାଏ ଯେ ଭଗବାନ ଶିବଙ୍କ ପୂଜାରେ ହଳଦୀକୁ ବର୍ଜନ କରାଯାଇଛି । କିନ୍ତୁ ଭଗବାନ ଶିବଙ୍କ ବ୍ୟତୀତ ଅନ୍ୟ ଦେବତାଙ୍କ ପୂଜାରେ ହଳଦୀକୁ ଶୁଭ ବୋଲି କୁହାଯାଏ । ପୌରାଣିକ ଶାସ୍ତ୍ର ଅନୁସାରେ ଶିବଲିଙ୍ଗ ପୁରୁଷ ତତ୍ତ୍ୱର ପ୍ରତୀକ ହୋଇଥାଏ ଏବଂ ହଳଦୀ ସ୍ତ୍ରୀ ସମ୍ବଦ୍ଧୀୟ ହୋଇଥାଏ । ଏହି କାରଣରୁ ଶିବଙ୍କ ପୂଜାରେ ହଳଦୀକୁ ବ୍ୟବହାର କରାଯାଏ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More