Only for Entertainment

ମିଠାରେ ପ୍ରସ୍ତୁତ କରନ୍ତୁ ଗୋଲଡେନ ରସମଲାଇ

Desi Diaries
0 72

ସାମଗ୍ରୀ-

ପନିର- ୨୫୦ ଗ୍ରାମ
ମଇଦା- ୨ ଚାମଚ
ସୁଜି- ୩ ଚାମଚ
କନଫ୍ଲୋର- ୧ ଚାମଚ
ପାଣି- ୧୧/୨ କପ
ଚିନି- ୧/୨ କପ
କ୍ଷୀର- ୨ ଲିଟର
ଚିନି- ୨ କପ
ଖୋଆ- ୩୦୦ ଗ୍ରାମ
କେସର- ୧/୨ ଚାମଚ
ରିଠା ପାଉଡର (ପାଣି ସହିତ)- ୨ ଚାମଚ
ପୋଦିନା ପତ୍ର- ୧ ଚାମଚ
ପିସ୍ତା (କଟା ହୋଇଥିବା)- ୨ ଚାମଚ
ବାଦାମ (କଟା ହୋଇଥିବା)- ୧ ଚମଚ

ପ୍ରଣାଳୀ-

ବାଉଲରେ ପନିର, ମଇଦା, ସୁଜି, ଏବଂ କନଫ୍ଲୋର ପକାଇ ଭଲ ଭାବେ ମିଶାଅ ଦିଅନ୍ତୁ । ଏହାପରେ ଏହାକୁ ଛୋଟ ଛୋଟ ଗୋଲ କରି ରଖନ୍ତୁ । ଏହାପରେ ଏକ ପ୍ୟାନରେ ପାଣି ୧୧/୨ ପାଣି ନେଇ ୧/୨ କପ ଚିନି ପକାଇ ଶିରା ପ୍ରସ୍ତୁତ କରନ୍ତୁ । ଏବେ ଏଥିରେ ଛୋଟ ଛୋଟ ବଲକୁ ପକାଇ ୧୦ ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ । ଏହାପରେ ଅନ୍ୟ ଏକ ପାତ୍ରରେ ଦୁଇ ଲିଟର କ୍ଷୀର ନଅନ୍ତୁ । ଯେପରି ଏହା ଫୁଟି ଫୁଟି ୧୧/୨ ଲିଟର ରହିବ । ଏହାପରେ ଏଥିରେ ଖୋଆ, ୨ କପ ଚିନି , କେସର, ଏବଂ ରିଠା ପାଉଡର ପକାଇ ମଲଭାବେ ମିଶାଇ ଦିଅନ୍ତୁ । ଏହାକୁ ୧୦ ରୁ ୧୫ ମିନିଟ ପର୍ଯ୍ୟନ୍ତ ଧିମା ଆଞ୍ଚରେ ଫୁଟାନ୍ତୁ । ବର୍ତ୍ତମାନ ଏହାକୁ ଗ୍ୟାସରୁ କାଢି ଥଣ୍ଡା ଦେବା ପାଇଁ ଛାଡି ଦିଅନ୍ତୁ । ଏହାପରେ ରସମଲାଇ ବଲ ଗୁଡିକୁ ଶିରାରୁ କାଢି ଏହି ମିଶ୍ରଣରେ ପକାନ୍ତୁ ଏବଂ ଥଣ୍ଡା ହେବା ପାଇଁ ଫ୍ରିଜରେ ରଖିଦିଅନ୍ତୁ । ଆପମଙ୍କର ଗାଲଡେନ ରସମଲାଇ ପ୍ରସ୍ତୁତ ହୋଇଗଲା । ଏହାକୁ ବାଦାମ, ପିସ୍ତା ଏବଂ ମିଣ୍ଟ ପକାଇ ପରଶନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More