Only for Entertainment

ଆଗାମୀ ଫିଲ୍ମରେ ବିଜୟ ମାଲ୍ୟାଙ୍କ ଭୂମିକାରେ ନଜର ଆସିବେ କମେଡି କିଙ୍ଗ ଗୋବିନ୍ଦା, ଜାଣନ୍ତୁ କ’ଣ ରହିଛି ଫିଲ୍ମ ନାଁ

zeenews
0 31

ବଲିଉଡ ଅଭିନେତା ଗୋବିନ୍ଦା ଖୁବ ଶୀଘ୍ର ଫିଲ୍ମ ‘ରଙ୍ଗିଲା ରାଜା’ରେ ନଜର ଆସିବେ । ଫିଲ୍ମରେ ସେ ୯୦୦୦ କୋଟି ଟଙ୍କାର ଦୁର୍ନୀତି କରି ଦେଶ ଛାଡି ପଳାଇଥିବା ବିଜୟ ମାଲ୍ୟାଙ୍କ ଚରିତ୍ରରେ ନଜର ଆସିବେ । ପହଲାଜ ନିଜଲାନୀଙ୍କ କହିବା ଅନୁସାରେ ଗୋବିନ୍ଦାଙ୍କ ଚରିତ୍ର ମହାଠକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ଠାରୁ ପ୍ରେରିତ । ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ ହୋଇସାରିଛି । ନିକଟରେ ଫିଲ୍ମର ନିର୍ଦ୍ଦେଶକ ଗୋବିନ୍ଦାଙ୍କ ସହିତ ଫିଲ୍ମର ଏକ ଗୀତ ମଧ୍ୟ ସୁଟ କରିସାରିଛନ୍ତି ।

Govinda 1

ପହଲାଜ କହିଛନ୍ତି ଗୋବିନ୍ଦାଙ୍କ ଭୂମିକା ବିଜୟ ମାଲ୍ୟାଙ୍କ କିଙ୍ଗଫିସର କ୍ୟାଲେଣ୍ଡରରୁ ପ୍ରେରିତ । ଏହା ସହିତ ସେ ଗୋବିନ୍ଦାଙ୍କ ଚିରିତ୍ର ବିଷୟରେ ବିଶେଷ କିଛି କହିବାକୁ ମନା କରିଦେଇଛନ୍ତି । ଗୋବିନ୍ଦାଙ୍କ ଚରିତ୍ର ଦମଦାର ହେବା ସହ ମଜାଦାର ରହିବ ବୋଲି ପହଲାଜ କହିଛନ୍ତି। ଏହାସହ ଗୋବିନ୍ଦାଙ୍କ ଚରିତ୍ରକୁ ନେଇ ସେ କିଛି ସସ୍ପେନ୍ସ ମଧ୍ୟ ଦର୍ଶକଙ୍କ ପାଇଁ ଛାଡିଛନ୍ତି। ଯାହା ଜାଣିବାକୁ ହେଲେ ଫିଲ୍ମଟି ପରଦାକୁ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ସେ କହିଛନ୍ତି।

Govinda-as-Vijay-Mallya-

ମାଲ୍ୟାଙ୍କ ଜୀବନଶୈଳୀ ମଧ୍ୟ କୌଣସି ରାଜାଠାରୁ କମ ନଥିଲା। ବିଳାସପୂର୍ଣ୍ଣ ଜୀବନ ସହ ମଡେଲ ଓ ସୁନ୍ଦରୀ ଯୁବତୀଙ୍କ ଗହଣରେ ସବୁବେଳେ ମାଲ୍ୟାଙ୍କୁ ଦେଖିବାକୁ ମିଳୁଥିଲା। ତେଣୁ ତାଙ୍କ ଚରିତ୍ରକୁ ନେଇ ଫିଲ୍ମ କରାଯିବା ପରେ ଗୋବିନ୍ଦାଙ୍କୁ ଲିଡ୍ ରୋଲରେ ନେବା ଠିକ୍ ବୋଲି ସିନେ କ୍ରିଟିକ୍ସମାନେ ମତ ଦେଉଛନ୍ତି। କାରଣ, କମେଡି ମାଷ୍ଟର ଝିଅମାନଙ୍କ ଗହଣରେ ରହିବା ଦୃଶ୍ୟ ଥିବା ଫିଲ୍ମ ସବୁ ବେଳେ ସୁପରହିଟ୍ ହୋଇଛି। ଏପରି ସ୍ଥିତିରେ କିଙ୍ଗଫିସର କ୍ୟାଲେଣ୍ଡରକୁ ନେଇ ହେଉଥିବା ଏହି ଫିଲ୍ମରେ ଗୋବିନ୍ଦାଙ୍କୁ ମାଳ ମାଳ ମଡେଲଙ୍କ ସହ ଦେଖିବାକୁ ନିଶ୍ଚିତ ମିଳିବ।

କହିରଖୁଛୁ ଯେ ଅଗଷ୍ଟରେ ରିଲିଜ ହେବାକୁ ଥିବା ଏହି ଫିଲ୍ମରେ ଗୋବିନ୍ଦା ଏବଂ ନିର୍ଦ୍ଦେଶକ ପହଲାଜ ୩୫ ବର୍ଷ ପରେ ଏକା ସହିତ କାମ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More