ପିଜୁଳି ଖାଇବାକୁ ସମସ୍ତେ ପସନ୍ଦ କରନ୍ତି । ଏହା ଖୁବ ମିଠା ଏବଂ ସ୍ୱାଦିଷ୍ଟ ମଧ୍ୟ । ଏଥିରେ ଭିଟାମିନ ସି, ଭିଟାମିନ ଏ, କ୍ୟାଲସିୟମ ଏବଂ ଆଇରନ ଆଦି ପୋଷକ ତତ୍ତ୍ୱ ଭରି ରହିଥାଏ । କେବଳ ପିଜୁଳି ନୁହେଁ ବରଂ ଏହାର ପତ୍ର ମଧ୍ୟ ଖୁବ ଲାଭକାରୀ ।
ପିଜୁଳି ପତ୍ର ରକ୍ତ ଶର୍କରାର ସ୍ତର କମ କରିବାରେ ସହାୟକ ହୋଇଥାଏ ।
ପିଜୁଳିପତ୍ର ଖରାପ ଅନାବଶ୍ୟକ କୋଲେଷ୍ଟ୍ରଲକୁ କମ କରିଥାଏ ।
ଏହା ଶରୀରର ଇମ୍ୟୁନ ସିଷ୍ଟମକୁ ବଢାଇଥାଏ
ସବୁଠାରୁ ଖାସ କଥା ହେଉଛି ପିଜୁଳିପତ୍ର କର୍କଟ ରୋଗ ଠାରୁ ଦୂରେଇ ରଖିଥାଏ ।
ପିଜୁଳିପତ୍ରର ଅନ୍ୟ ଏକ ଲାଭକାରୀ ଗୁଣ ହେଉଛି ଏହା ଡେଙ୍ଗୁ ଜ୍ୱରରୁ ମଧ୍ୟ ରକ୍ଷା କରିଥାଏ ।
ଏହା ପ୍ରୋଷ୍ଟେଟ କ୍ୟାନସରରୁ ରକ୍ଷା କରିଥାଏ ।
ପିଜୁଳିକୁ କଳା ଲୁଣ ସହିତ ଖାଇବା ଦ୍ୱାରା ପାଚନ କ୍ରିୟା ଠିକ ରହିଥାଏ ।
ଏହା ସହିତ ପିଲାଙ୍କ ପେଟରେ କୃମି ହୋଇଥିଲେ ତାଙ୍କୁ ପିଜୁଳି ଖାଇବାକୁ ଦିଅନ୍ତୁ । ଏହା ଦ୍ୱାରା ଫଳପ୍ରଦ ହେବେ ।
ଆଖି ତଳେ କଳାଦାଗ ଆସୁଥିଲେ ପିଜୁଳିର ପତ୍ରକୁ ବାଟି ଆଖି ତଳେ ଲଗାନ୍ତୁ । କଳାଦାଗ ଦୂର ହୋଇଯିବ ।
ସକା ସମୟରେ ଖାଲି ପେଟରେ ପିଜୁଳି ଖାଇଲେ କୋଷ୍ଠ କାଠିନ୍ୟ ଦୂର ହୋଇଥାଏ ।
ପିଜୁଳି ଖାଇବା ଦ୍ୱାରା ଶରୀରକୁ ଖୁବ ଶକ୍ତି ମିଳିଥାଏ,ଯାହା ଦ୍ୱାରା ଆପଣ କ୍ଲାନ୍ତ ଅନୁଭବ କରିବେ ନାହିଁ ।
ହୃଦରୋଗରୁ ରକ୍ଷା କରିଥାଏ ପିଜୁଳି ।