Only for Entertainment

ଥାନାରେ ଟିକଟକ କରିବା ପଡିଲା ମହଙ୍ଗା, ନିଲମ୍ବିତ ହେଲେ କନଷ୍ଟେବଳ !

635

ମହଙ୍ଗା ପଡିଲା ଟିକ୍ଟକ ଭିଡିଓ ଅପଲୋଡ କରିବା । ଥାନା ଭିତରେ ଭିଡିଓ ରେକର୍ଡିଂ କରି ନିଲମ୍ବିତ ହେଲେ ମହିଳା କନଷ୍ଟେବଳ । ଗୁଜରାଟର ମହିଳା କନଷ୍ଟେବଳ ଅର୍ପିତା ଚୌଧୁରୀ ଡ୍ୟୁଟି ସମୟରେ ଥାନା ଭିତରେ ଟିକ୍ଟିକ୍ ଭିଡିଓ ରେକର୍ଡିଂ କରିଥିବାର ଦେଖିବାକୁ ମିଳିଛି । ମହିଳା କନେଷ୍ଟେବଳ ଜଣକ ଖାକି ବର୍ଦ୍ଦି ବଦଳରେ ସିଭିଲ୍ ଡ୍ରେସରେ ଥାନାକୁ ଆସି ଏକ ହିନ୍ଦୀ ଗୀତରେ ଟିକ୍ଟିକ ଭିଡିଓ ରେକର୍ଡିଂ କରି ଏହାକୁ ଅପଲୋଡ କରିଛନ୍ତି ।

ତେବେ ସୋସିଆଲ ମିଡିଆରେ ଏହି ଭିଡିଓଟି ଭାଇରାଲ ହେବା ପରେ ସମ୍ପୃକ୍ତ କନଷ୍ଟେବଳକୁ ନିଲମ୍ବିତ କରାଯାଇଛି । ଗୁଜରାଟ ମେହସାନା ଜିଲ୍ଲାର ଲଙ୍ଗନାଜ ପୋଲିସ ହାଜତ ଭିତରେ ଏହି ଭିଡିଓ ରେକର୍ଡିଂ କରି ଅଡୁଆରେ ପଡିଛନ୍ତି ମହିଳା କନଷ୍ଟେବଳ ଅର୍ପିତ ଚୌଧୁରୀ ।

ଡ୍ୟୁଟି ସମୟରେ ବିଶୃଙ୍ଖଳା ବ୍ୟବହାର ପାଇଁ ତାଙ୍କ ବିରୋଧରେ ପଦକ୍ଷେପ ନିଆଯିବ ବୋଲି ମେହସାନା ଡିଏସପି କହିଛନ୍ତି । ପ୍ରଥମେ ସେ ନିଜ ୟୁନିଫର୍ମ ବଦଳରେ ସିଭିଲ ଡ୍ରେସ ପିନ୍ଧିଥିଲେ ଏବଂ ହାଜତ ଭିତରେ ଭିଡିଓ ରେକର୍ଡିଂ କରି ବିଶୃଙ୍ଘଳା ଆଚରଣ ପ୍ରଦର୍ଶନ କରିଥିବା ଯୋଗୁଁ ତାଙ୍କୁ ନିଳମ୍ବିତ କରାଯାଇଛି ବୋଲି ଡିଏସପି ସୂଚନା ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More