Only for Entertainment

ବର୍ଥ ଡେ ସ୍ପେଶାଲ : ଗୋଟିଏ ଫିଲ୍ମ ପାଇଁ ୨କୋଟି ନିଅନ୍ତି ଅଜୟ ଦେବଗନଙ୍କ ଏହି ହିରୋଇନ ।

Amarujala
0 61

ନିଜର ଦମଦାର ଅଭିନୟ ଏବଂ ହଟନେସରେ ସମସ୍ତଙ୍କୁ ଦିୱାନା ବନାଉଥିବା ଏହି ବଲିଉଡ ଅଭିନେତ୍ରୀ କାଜଲ ଅଗ୍ରୱାଲ ୧୯ଜୁନରେ ଅର୍ଥାତ ଆଜି ତାଙ୍କର ୩୩ତମ ଜନ୍ମ ଦିବସ ପାଳନ କରୁଛନ୍ତି । କାଜଲଙ୍କ ଜନ୍ମ ୧୯ଜୁନ ୧୯୮୫ରେ ମୁମ୍ବାଇରେ ହୋଇଥିଲା । ବଲିଉଡ ବ୍ୟତୀତ ସେ ତାମିଲ, ତେଲୁଗୁ ଏବଂ ମାଲୟାଲାମ ଫିଲ୍ମରେ ମଧ୍ୟ ନଜର ଆସି ସାରିଲେଣି । ଦେଖନ୍ତୁ ତାଙ୍କର କିଛି ଫଟୋ ।

କାଜଲ ସେଂଟ ଏନି ହାଇସ୍କୁଲରେ ପଢିଥିଲେ । ଏହାପରେ କେସି କଲେଜ ମୁମ୍ବାଇରେ ମାସ ମିଡିଆରେ ଗ୍ରାଜୁଏସନ କରିଥିଲେ । ତାଙ୍କର ଜର୍ନାଲିଷ୍ଟ ହେବା ପାଇଁ ଖୁବ ଇଚ୍ଛା ଥିଲା । କାଜଲ ଶେଷ ଥର ପାଇଁ ୨୦୧୬ରେ ଆସିଥିବା ଫିଲ୍ମ ‘ଦୋ ଲଫ୍ଜୋ କି କାହାନୀ’ରେ ନଜର ଆସିଥିଲେ । ଏହି ଫିଲ୍ମରେ କାଜଲଙ୍କ ବିପକ୍ଷରେ ଅଭିନୟ କରୁଥିଲେ ରଣଦୀପ ହୁଡ୍ଡା ।
ଏବେ ସେ ତାମିଲ ଥ୍ରିଲର ଫିଲ୍ମ ‘ବିଜୟ ୬୧’ସୁଟିଂରେ ବ୍ୟସ୍ତ ଅଛନ୍ତି । କାଜଲଙ୍କ କହିବା ମୁତାବକ ହିନ୍ଦୀ ଫିଲ୍ମ ସିନା କରିବେ ମାତ୍ର ଏହା ସହ ସେ ତାମିଲ ଏବଂ ତେଲୁଗୁ ଫିଲ୍ମରେ ଅଭିନୟ କରିବା ଛାଡିବେ ନାହିଁ କାରଣ ଏହି ଫିଲ୍ମ ତାଙ୍କୁ ପରିଚୟ ଦେଇଛି । ଏହି ଫିଲ୍ମ ଜରିଆରେ ସେ ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ ।

କାଜଲ ୨୦୧୩ରେ ପରଦାକୁ ଆସିଥିବା ବଲିଉଡ ଫିଲ୍ମ ‘ସ୍ପେଶାଲ୨୬’ ଏବଂ ଅଜୟ ଦେବଗନଙ୍କ ସହ ‘ସିଂଘମ’ରେ ମଧ୍ୟ ନଜର ଆସିଥିଲେ । ବଲିଉଡରେ ଭଲ ଅଭିନେତା ମାନଙ୍କୁ ସହ କାମ କରିବା ପରେ କାଜଲ ନିଜର ଯାଦୁ ଦେଖାଇ ପାରିଲେ ନାହିଁ । ମାତ୍ର ସାଉଥ ଇଂଡଷ୍ଟ୍ରିରେ ତାଙ୍କର ଏକ ନିଆରା ପରିଚୟ ସେ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ କାଜଲ ଗୋଟିଏ ଫିଲ୍ମ କରିବା ଲାଗି ୨କୋଟି ଟଙ୍କା ନେଇ ଥାଆନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More