Only for Entertainment

ବର୍ଥଡେ ସ୍ପେଶାଲ: ଏହି ଖେଳାଳୀ ସର୍ବପ୍ରଥମେ ସଚିନ ତେନ୍ଦୁଲକରଙ୍କୁ କହିଥିଲେ ‘ଭଗବାନ’ , କାରଣ ଜାଣିଲେ ଆପଣ ହୋଇଯିବେ ଚକିତ !

23

ସଚିନ ତେନ୍ଦୁଲକରଙ୍କ ବିଷୟରେ ଲେଖିବାକୁ ହେଲେ ଅନେକ ଗଭୀରତା ମଧ୍ୟକୁ ଯିବାକୁ ପଡିବ । ସମସ୍ତ ଲେଖା ଏବଂ ସଜ୍ଞା ଫିକା ପଡିଯିବ । ସେ ୧୬ବର୍ଷ ବୟସରେ ଅନ୍ତଜାର୍ତିକ କ୍ରିକେଟରେ ପଦାର୍ପଣ କରିଥିଲେ । ଏତେ କମ ବୟସରେ ବାହାଦୁରୀ ଏବଂ ସାହାସର ସହ ସଚିନ କ୍ରିକେଟ ଖେଳିଥିଲେ ଯାହା ଆପଣଙ୍କୁ ଅଛପା ନାହିଁ ।

କ୍ରିକେଟ୍ ଜଗତରେ ମାତ୍ର ୨୪ ବର୍ଷରୁ (୧୯୮୯-୨୦୧୩) ପାଦ ଥାପିଥିବା ମାଷ୍ଟର ବ୍ଲାଷ୍ଟର ସଚ୍ଚିନ ତେନ୍ଦୁଲକର ଆଜି ୪୬ ବର୍ଷ ବୟସରେ ପହଚିଂଛନ୍ତି । ୧୬ ବର୍ଷ ବୟସରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ରେ ଯୋଗ ଦେଇଥିବା ଏହି ‘ଛୋଟ ସଚ୍ଚିନ’ ୪୦ ବର୍ଷ ପରେ ହିଁ ନିଜ ବ୍ୟାଟକୁ ଆରାମ ଦେଇଥିଲେ । କ୍ରିକେଟ୍ ଖେଳୁଥିବା ସମୟରେ କେବେ ଥକିନଥିବା ସଚ୍ଚିନ ନିଜ କ୍ରିକେଟ୍ ଜୀବନରେ ଅନେକ କୀର୍ତ୍ତିନାମା କରିଥିଲେ ଯେଉଁଥିପାଇଁ ତାଙ୍କୁ “କ୍ରିକେଟର ଭଗବାନ” ର ଆଖ୍ୟା ମଧ୍ୟ ଦିଆଯାଇଥିଲା । ଭାରତୀୟ ଟିମ ଅଷ୍ଟ୍ରେଲିଆ ମ୍ୟାଚ ଖେଳିବାକୁ ଯାଇଥିଲେ । ଏଠାରେ ତେନ୍ଦୁଲକର କବର ଡ୍ରାଏ ଖେଳିବା ଯୋଗୁ ଆଉଟ ହୋଇଯାଇଥିଲେ । ଏହାପରେ ସଚିନ ସେହିଭଳି ସଟ ଆଉ ନଖେଳି ନିଜ ୱିକେଟକୁ ବଂଚାଇ ୨ଥର ଶତକ ମାରିଥିଲେ । ଡାନିଅଲ ମାର୍ଟିନଙ୍କ ଭଳି ଖେଳାଳୀଙ୍କ ପାଖରେ ନିଜର ସଂଜମତା ରକ୍ଷା କରିଥିଲେ ଏବଂ ୨ୟ ଶତକ ମାରିଥିଲେ । ଅଷ୍ଟ୍ରେଲିଆ ଖେଳାଳୀ ମେଥ୍ୟୁ ହେଡେନ ତାଙ୍କର ଏଭଳି ବ୍ୟାଟିଂ ଦେଖି ଖୁବ ପ୍ରଭାବିତ ହୋଇଥିଲେ । ସେହି ଦୃଶ୍ୟ ଦେଖି ହେଡେନ କହିଥିଲେ ଯେ ସେ ସଚିନଙ୍କ ବିଷୟରେ କହିଥିଲେ ଯେ ସେ ଭଗବାନଙ୍କୁ ଦେଖିଛନ୍ତି, ଯିଏ ଭାରତ ପାଇଁ ୪ନମ୍ବରରେ କ୍ରିକେଟ ଖେଳେ । ଏହି ପ୍ରଂଶସା ଲୋକଙ୍କ ମୁଣ୍ଡରେ ସେବେଠାରୁ ବସା ବାନ୍ଧିଥିଲା ଏବଂ କାରଣରୁ ସମସ୍ତେ ସଚିନଙ୍କୁ କ୍ରିକେଟର ଭଗବାନ ବୋଲି କହିଥା’ନ୍ତି ।ମୁମ୍ବାଇର ଶାରଦା ଆଶ୍ରମ ସ୍କୁଲରୁ ବ୍ୟାଟ୍-ବଲ୍ ଧରିବାର ସ୍ୱପ୍ନ ଦେଖୁଥିବା ଏହି ବାଳକ ଯେ ବିଶ୍ୱ କ୍ରିକେଟରେ ଇତିହାସ ରଚିବେ ଏହା ସେ ନିଜେ ମଧ୍ୟ ଜାଣିନଥିଲେ ।

ବର୍ତ୍ତମାନ ସଚ୍ଚିନ ଆଇପିଏଲ୍ ଖେଳରେ ମୁମ୍ବାଇ ଇଣ୍ଡିୟାନ୍ସ ଟିମ୍ ସହ ମେଣ୍ଟର ରୁପରେ ନଜର ଆସିଥିଲେ । ମଇଦାନରେ ତାଙ୍କର ଉପସ୍ଥିତି ଖେଳାଳୀଙ୍କୁ ଆଗକୁ ବଢିବାକୁ ପ୍ରେରିତ କରୁଛି ଏବଂ କିଛି ଶିଖିବାକୁ ମଧ୍ୟ ସୁଯୋଗ ଦେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More