Only for Entertainment

ହିନା ଖାନଙ୍କ ‘ଦିଲବରୋ’ ଗୀତ ଭାଇରାଲ, କାଶ୍ମୀର ସହିତ ରହିଛି ତାଙ୍କର ଖାସ ସମ୍ପର୍କ

instagram
0 51

ବିଗ ବସ ଫେମ ହିନା ଖାନଙ୍କ ପ୍ରଶଂସକ ଏବେ ଭାରି ଖୁସି । ଏହାର କାରଣ ହିନାଙ୍କର ଏକ ଭିଡିଓ ଯାହା ଏବେ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି । ହିନା ଏହି ଭିଡିଓରେ ନିକଟରେ ରିଲିଜ ହୋଇଥିବା ଆଲିୟା ଭଟ୍ଟଙ୍କ ଫିଲ୍ମ ‘ରାଜି’ର ଫେମସ ଗୀତ ଦିଲବରୋ ଗୀତ ଗାଉଥିବା ଦେଖିବାକୁ ମିଳିଛି । ଏହି ଭିଡିଓକୁ ଏବେ ୧୩ ଲକ୍ଷରୁ ଅଧିକ ଲାଇକ ମିଳିସାରିଛି ।

ହିନା ଖାନଙ୍କ ଏହି ଭିଡିଓକୁ ଏବେ ଅନେକ ସୋସିଆଲ ମିଡିଆ ଫ୍ଲାଟଫର୍ମରେ ଲୋକେ ପସନ୍ଦ କରିଛନ୍ତି । ଏହି ଭିଡିଓ ହିନା ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ସେ ୟାର କରି ସେ ମେଘନା ଗୁଲଜାର ଏବଂ ଶଙ୍କର ଏହସାନ ଲୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏହା ସହିତ ସେ କହିଛନ୍ତି ଏକ କାଶ୍ମୀରି ଝିଅ ହୋଇଥିବାରୁ ମୁଁ ଜାଣେ ସରଳତା କ’ଣ । ଏହି ଗୀତ ମୋତେ ମୋ ଅଭୁଲା ଏବଂ ସୁନ୍ଦର ସ୍ମୃତିକୁ ମନେ ପକାଇଦେଲା । ଏହା ସହିତ ସେ କାଶ୍ମୀରର ଲୋକଗୀତକୁ ସୁନ୍ଦର ଭାବେ ଦର୍ଶାଇଥିବାରୁ ଫିଲ୍ମର ସମସ୍ତ ମେମ୍ବରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏବଂ ରାଜି ଫିଲ୍ମ ପାଇଁ ଶୁଭକାମନା ଦେଇଛନ୍ତି ।

ହିନାଙ୍କ ପ୍ରେଜେକ୍ଟ ବିଷୟରେ କହିବାକୁ ଗଲେ ସେ ବର୍ତ୍ତାନ କେ ସର୍ଟ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମରେ ହିନାହ୍କୁ ଦେଶୀ ଲୁକରେ ଦେଖିବାକୁ ମିଳିଛି । ଫିଲ୍ମରେ ନିର୍ଦ୍ଦେଶକ ଅଛନ୍ତି ଅଙ୍କୁଶ ଭଟ୍ଟ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More