ନିର୍ଦ୍ଦେଶକ ହିରାନୀଙ୍କୁ ମଧ୍ୟ ଜଣାନଥିଲା ସଂଜୟ ଦତ୍ତ ଏବଂ ରଣବୀରଙ୍କ ଏହି ସୁପର ସିକ୍ରେଟ ।
ସଂଜୟ ଦତ୍ତଙ୍କ ଜୀବନ ଉପରେ ଆଧାରିତ ଏବଂ ରାଜକୁାମାର ହିରାନୀଙ୍କ ନିର୍ଦ୍ଦେଶିତ ଫିଲ୍ମ ସଂଜୁ ସିନେମା ଘରେ ୨୯ ଜୁନରେ ରିଲିଜ ହେବ । ଫିଲ୍ମରେ ରଣବୀର କପୁର ସଂଜୟ ଦତ୍ତଙ୍କ ଚରିତ୍ରରେ ନଜର ଆସିବେ । ତେବେ ଏକ ଖାସ କଥା ଦ୍ୱାରା ରଣବୀର କପୁର ସଂଜୟ ଦତ୍ତ ଏବଂ ତାଙ୍କ ବିଷୟରେ ଏକ ସୁପର ସିକ୍ରେଟ କଥା କହିଛନ୍ତି । ତେବେ ଏହି ବିଷୟରେ ଫିଲ୍ମର ନିର୍ଦ୍ଦେଶକ ରାଜକୁାମାର ହିରାନୀ ମଧ୍ୟ ଜାଣିନଥିଲେ ।
ରଣବୀରଙ୍କ କହିବା ଅନୁସାରେ ପ୍ରତିଦିନ ସୁଟିଂ ସରିବା ପରେ ସେ ଘରକୁ ଯାଇ ସଂଜୟ ଦତ୍ତଙ୍କ ସହିତ ଫୋନରେ କଥା ହେଉଥିଲେଯେ ଯେତେବେଳେ ଦୁର୍ଘଟଣା ଘୁଟୁଥିଲା ସେ ସେହି ସମୟରେ କ’ଣ ଚିନ୍ତା କରୁଥିଲେ । ତେବେ ରଣବୀରଙ୍କ ଏହି କଥାରେ ହିରାନୀ କହିଲେଯେ ମୁଁ ଏବେ ବୁଝିପାରିଲିଯେ ରଣବୀର ଏହି ଚରିତ୍ରକୁ ଏତେ ଭଲ କିପରି କଲେ ।
ଖବର ଅନୁସାରେ ଟେଲିଗ୍ରାଫକୁ ଇଂଟରଭ୍ୟୁ ଦେଉଥିବା ସମୟରେ ନିର୍ଦ୍ଦେଶକ ବିଧୁ ବିନୋଦ ଚୋପ୍ରା କହିଥିଲେଯେ ହିରାନୀ ଯେତେବେଳେ ସଂଜୟ ଦତ୍ତଙ୍କ ବାୟୋପିକ ବିଷୟରେ ତାଙ୍କ ସହିତ ଆଲୋଚନା କଲେ ମୁଁ କହିଲି ସଂଜୟ ଦତ୍ତଙ୍କ ବାୟୋପିକରେ ଏଭଳି କ’ଣ ଅଛି,ଯାହାକୁ ନେଇ ଫିଲ୍ମ ପ୍ରସ୍ତୁତ କରାଯିବ । ଏହାଠାରୁ ଭଲ ମୋ ଜୀବନୀକୁ ନେଇ ପ୍ରସ୍ତୁତ କରିବା । ମୁଁ ଯୁବା ଅବସ୍ଥାରେ କାଶ୍ମୀର ଛାଡ଼ି ମୁମ୍ବାଇରେ ଆସି ସଂଘର୍ଷ କରୁଥିଲି । ଆପଣ ଏବଂ ଅଭିଜାତ ଜୋଶୀ ନିଜର ବୁଦ୍ଧି ହଜାଇ ସାରିଛନ୍ତି ।