Only for Entertainment

ପେଟଜନିତ ସମସ୍ୟା ହେଉଥିଲେ ଖାଦ୍ୟରେ ସାମିଲ କରନ୍ତୁ ରାଜମା ।

bawarchi.com
19

ପେଟ ଜନିତ ସମସ୍ୟା ଅଧିକାଂଶ ବ୍ୟକ୍ତିଙ୍କର ହୋଇଥାଏ । ଆପଣଙ୍କର ମଧ୍ୟ ହେଉଥିବ । ସେଥିପାଇଁ ବିିଭନ୍ନ ପ୍ରକାରର ଔଷଧ ଖାଉଥିବେ ବା କୌଣସି ଘରୋଇ ଉପଚାର ମଧ୍ୟ କରୁଥିବେ । ତେବେ ଆପଣ ଅତି ସହଜରେ ଏଥିରୁ ମୁକ୍ତି ପାଇପାରିବେ । ତାହା ଅନ୍ୟ କୌଣସି ଔଷଧ ନୁହେଁ ବରଂ ରାଜମା । ଏହା କିଭଳି ସହାୟକ ହୋଇଥାଏ ଆସନ୍ତୁ ଆଲୋଚନା କରିବା ।

ରାଜମାରେ ମଲିବଡେନମ ଥାଏ ଯାହା ଶରୀର ଭିତରେ ଥିବା ଆବର୍ଜନାକୁ ବାହାରକୁ ବାହାର କରିଥାଏ । ଏହାବ୍ୟତୀତ ଏହା ଅନେକ ପ୍ରକାରର ଆଲର୍ଜିକୁ ଦୂର କରିବା ସହ ମୁଣ୍ଡ ବ୍ୟଥା ଭଳି ସମସ୍ୟାକୁ କମ୍ କରିଥାଏ ।

ରାଜମା ମସ୍ତିସ୍କ ପାଇଁ ଖୁବ୍ ଲାଭକାରୀ । ଏଥିରେ ଭିଟାମିନ୍-କେ ଏବଂ ବି ଥାଏ ଯାହା ମସ୍ତିସ୍କ କଣିକା ପାଇଁ ଜରୁରୀ ଅଟେ । ଏହା ଶୀରାପ୍ରଶୀରାକୁ ସଠିକ୍ କାମ କରିବାରେ ମସ୍ତିସ୍କକୁ ସାହାଯ୍ୟ କରିଥାଏ । ଏହାସହିତ ଏଥିରେ ଫାଇବର ଥାଏ ଯାହା ଶରୀରରେ କାର୍ବୋହାଇଡ୍ରେଟର ମାତ୍ରାକୁ କମ କରିବାରେ ସାହାଯ୍ୟ କରେ । ଯାହା ଦ୍ୱାରା ସୁଗାର ମାତ୍ରା ନିୟନ୍ତ୍ରଣରେ ରୁହେ ।

ରାଜମା ରେ ବହୁତ ମାତ୍ରାରେ ଆଇରନ ଥାଏ ଯାହା ଶରୀରକୁ ଶକ୍ତି ଯୋଗାଏ । ମଣିଷ ଶରୀରରେ ମୋଟାବଲିଜିମ୍ ତଥା ଶକ୍ତି ପାଇଁ ଆୟରନ ଜରୁରୀ । ଯାହା ରାଜମା ଖାଇବା ଦ୍ୱାରା ପୂରଣ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More