Only for Entertainment

ଛୋଟ ଘର ବଡ ଦେଖାଯିବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ସରଳ ଟିପ୍ସ ।

house beautiful
0 71

ପ୍ରାୟତଃ ସମସ୍ତେ ଏକ ବଡ଼ ଘର ତିଆରି କରିବା ପାଇଁ ସ୍ୱପ୍ନ ଦେଖିଥାନ୍ତି। ହେଲେ ଜାଗା କମ୍ ହେବା କିମ୍ୱା ତିଆରି ସମୟରେ କିଛିଟି ଭୁଲ୍ ଯୋଗୁଁ ଘରର ଆକାର ଛୋଟ ହୋଇଯାଇଥାଏ। ତେବେ ଚିନ୍ତା କରନ୍ତୁ ନାହିଁ ଆଜି ଆମେ ଆପଣଙ୍କୁ ଏପରି କିଛି ଟିପ୍ସ ଦେବୁ ଯାହାଦ୍ୱାରା ଛୋଟ ଘର ବଡ଼ ଦେଖାଯିବ। ଯଦି ଆପଣଙ୍କ ଘର ଛୋଟ ତେବେ ଅଧିକ ଫର୍ଣ୍ଣିଚର, ଗାଢ଼ ରଙ୍ଗର ପରଦା ଓ କାରପେଟ୍‌ ବ୍ୟବହାର କରନ୍ତୁ ନାହିଁ। ଘରକୁ ଅଳ୍ପମାତ୍ରାରେ ବଡ଼ କିମ୍ୱା ଖୋଲା ରଖିବାକୁ ଚାହୁଁଛନ୍ତି ମଲଟି ପର୍ପସ୍‌ ପର୍ଣ୍ଣିଚର ବ୍ୟବହାର କରନ୍ତୁ।

  • ଘରକୁ ବଡ଼ ଦେଖିବାକୁ ଚାହୁଁଥିଲେ କମ୍ ଫର୍ଣ୍ଣିଚର ରଖନ୍ତୁ। ଯାହାଦ୍ୱାରା ଘର ଅଳ୍ପମାତ୍ରରେ ଖୋଲା ଦେଖାଯିବା ସହ ଦେଖିବାକୁ ଭଲ ଲାଗିଥାଏ।
  • ଛୋଟ ଫୁଲ ପ୍ରିଣ୍ଟର ହାଲ୍‌କା ରଙ୍ଗର ବେଡ୍‌ସିଟ୍‌ ଓ ପରଦା ବ୍ୟବହାର କରନ୍ତୁ। ଗାଢ଼ ରଙ୍ଗର ପରଦା ଘରେ ଲଗାଇଲେ ଅଣ ନିଶ୍ୱାସୀ ଲାଗିବା ଭଳି ଅନୁଭବ ହୋଇଥାଏ।
  • ଘରର କାନ୍ଥରେ ହାଲ୍‌କା ରଙ୍ଗର ଚୂନ ଲଗାନ୍ତୁ।
  • ଘରେ ଓଜନିଆ କାରପେଟ୍‌ ବିଚ୍ଛାଇବା ପରିବର୍ତ୍ତେ ହାଲ୍‌କା ରଙ୍ଗର ଗାଲିଚା ପକାନ୍ତୁ।
  • ଶୋଇବା ଘର ଛୋଟ ହୋଇଥିଲେ  ବେଡ୍‌ ଉପରେ ଅନାବଶ୍ୟକ ଜିନିଷ ରଖନ୍ତୁ ନାହିଁ। ଯଦି ଆପଣ  ରେଜେଇ ବ୍ୟବହାର କରୁଛନ୍ତି  ତେବେ ଏହାସହିତ ଦୁଇଟି ତକିଆ ରଖନ୍ତୁ।
  • ବୈଠକ ଘରର ତଳେ ଆରାମଦାୟକ ଗଦି ପକନ୍ତୁ। ଏହାସହିତ କୁସନ ମଧ୍ୟ ରଖିପାରିବେ।
  • ଚଟାଣରେ ଅଧିକ ଜିନିଷ ରଖନ୍ତୁ ନାହିଁ। କାନ୍ଥରେ ଲଗାଇବା ଭଳି ଆଲମିରା ବ୍ୟବହାର କରନ୍ତୁ। ଯାହାଦ୍ୱାରା ଘରଟି ଅଧିକ ଖୋଲା ଲାଗିଥାଏ।
  • ଯଦି ଘରେ ଜିନିଷ ଅଧିକ ରଖିଛନ୍ତି ସୋଫା ବଦଳରେ ସୁନ୍ଦର ଡିଜାଇନ୍‌ର ଚୌକି ରଖନ୍ତୁ। ଏହାଦ୍ୱାରା ଆପଣଙ୍କ ଘର ସୁନ୍ଦର ଓ ଅଲଗା ଦେଖାଯାଇଥାଏ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More