Only for Entertainment

ଉଚ୍ଚ ରକ୍ତଚାପର ଶୀକାର ହୋଇଥିଲେ କରନ୍ତୁ ଏହି ଉପାୟ ।

myheart.net
25

ଆଜିକାଲି ଅଧିକାଂଶ ବ୍ୟକ୍ତି ଉଚ୍ଚ ରକ୍ତଚାପରେ ପିଡ଼ିତ ହେଉଛନ୍ତି । ଯାହାର କାରଣ ହେଉଛି ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ଖାଦ୍ୟ ପ୍ରତି ହେୟ ଜ୍ଞାନ ମନେ କରିବା । ତେବେ ଏଥିରୁ ମୁକ୍ତି ପାଇଁ ଆପଣଙ୍କୁ ଔଷଧ ମଧ୍ୟ ଖାଇବାକୁ ପଡ଼ୁଥିବ । କିନ୍ତୁ ଆପଣ ଜାଣନ୍ତକି ଯଦି ଖାଦ୍ୟ ପେୟ ପ୍ରତି ସାମାନ୍ୟ ଦୃଷ୍ଟି ଦେବେ ତେବେ ଏହି ରୋଗରୁ ମୁକ୍ତି ମିଳିବ । ତେବେ କ’ଣ କଲେ ଏଥିରୁ ମୁକ୍ତି ମିଳିବ ଆସନ୍ତୁ ଆଲୋଚନା କରିବା ।

ରକ୍ତଚାପ ବୃଦ୍ଧି ପାଇବା ଦ୍ୱାରା ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥାଏ । ଏହାଯୋଗୁ ରକ୍ତବାହୀ ଧମନୀ ଗୁଡିକ ଉପରେ ଚାପ ପଡ଼େ। ଫଳରେ ହାର୍ଟ ଆଟାକ୍‌ ଓ ବ୍ରେନ୍‌ ଷ୍ଟ୍ରୋକର ଆଶଙ୍କା ବଢିଯାଇଥାଏ । ଏହି ସମସ୍ୟାରୁ ମୁକ୍ତି ପାଇବାର ଏକ ସହଜ ଉପାୟ ହାତ ପାଆନ୍ତାରେ ରହିଛି । ପ୍ରତିଦିନ କଦଳୀ ଖାଇଲେ ରକ୍ତଚାପ ସ୍ବାଭାବିକ ଅବସ୍ଥାକୁ ଆସିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି ।କଦଳୀରେ ଥିବା ପୋଟାସିୟମ୍‌ ଶରୀରରେ ଥିବା ତରଳ ପଦାର୍ଥ ମଧ୍ୟରେ ସମନ୍ବୟ କରିଥାଏ। ଏହାଦ୍ୱାରା କିଡ୍‌ନୀ ସହଜରେ ଶରୀରରୁ ବିଷାକ୍ତ ପଦାର୍ଥ ବାହାରକୁ କାଢିଥାଏ ଫଳରେ ରକ୍ତଚାପ ସ୍ବାଭାବିକ ରହିଥାଏ। ସେହିପରି କଦଳୀ ଖାଇଲେ ରକ୍ତ ଶର୍କରାସ୍ତର ନିୟନ୍ତ୍ରିତ ହୋଇଥାଏ। ଫଳରେ ଡାଇବେଟିସ୍‌ ହେବାର ଆଶଙ୍କା କମ୍‌ ହୁଏ। କଦଳୀ ହାର୍ଟ ଆଟାକ୍‌ କ୍ଷେତ୍ରରେ ମହୌଷଧୀ ଭଳି କାମ କରିଥାଏ। ଏହା କୋଲେଷ୍ଟରଲ ସ୍ତରକୁ ସ୍ବାଭାବିକ କରିଥାଏ ବୋଲି ଆୟୁର୍ବେଦରେ ଦର୍ଶାଯାଇଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More