Only for Entertainment

ଲମ୍ବା ସମୟ ଧରି କଂଚାଲଙ୍କାଙ୍କୁ ତାଜା ରଖିବା ପାଇଁ ଆପଣାନ୍ତୁ ଏହି ଟିପ୍ସ ।

owtdoor.com
60

ପ୍ରତ୍ୟେକ ଭାରତୀୟ କଂଚାଲଙ୍କା ରୋଷେଇରେ ବ୍ୟବହାର କରନ୍ତି । କିନ୍ତୁ ଅନ୍ୟ ପରିବା ଅପେକ୍ଷା କଂଚା ଲଙ୍କା ଲମ୍ବା ସମୟ ଧରି ରହିନଥାଏ । ତେଣୁ ଏହାକୁ ଅଧିକ ଦିନ ତାଜା ରଖିବା ପାଇଁ କିଛି ସରଳ ଘରୋଇ ଉପାୟ ରହିଛି । ଆସନ୍ତୁ ଆଲୋଚନା କରିବା ।

ଅଧିକ ଦିନ ରଖିବା ପାଇଁ ଜିପ ବ୍ୟାଗ ବ୍ୟବହାର କରନ୍ତୁ । ଏଥିପାଇଁ ପ୍ରଥମେ କଂଚାଲଙ୍କାକୁ ଧୋଇ ଦିଅନ୍ତୁ ଏବଂ ଏହାପରେ ଭଲ ଭାବରେ ଶୁଖାଇ ଜିପ ବ୍ୟାଗରେ ରଖନ୍ତୁ । ଏହାପରେ ଫ୍ରିଜରେ ଷ୍ଟୋର କରନ୍ତୁ । କଂଚା ଲଙ୍କା ଓଦା ରହିଲେ ବାଷ୍ପ ବାଜି ଲଙ୍କା ନଷ୍ଟ ହୋଇଯାଏ ।

କିଚେନ ଟାୱେଲରେ କଂଚା ଲଙ୍କା ରଖି ଦିଅନ୍ତୁ । ତେବେ ଏଥିପାଇଁ ଏକ ଏୟାର ଟାଇଟ ଡବାରେ କିଚେନ ଟାୱେଲ ରଖି ଏଥିରେ କଂଚା ଲଙ୍କା ରଖନ୍ତୁ । ଏହା ବ୍ୟତୀତ ଆପଣ ପ୍ଲେଟରେ ଲଙ୍କା ରଖି ତାହାକୁ ଆଲୁମିନିୟମ ଫୋଏଲରେ ଘୋଡ଼ାଇ ପାରିବେ । ଏହି ପ୍ରକ୍ରିୟାରେ କଂଚା ଲଙ୍କାର ଡେମ୍ଫ ବାହାର କରିଦିଅନ୍ତୁ ।

କଂଚାଲଙ୍କାକୁ ଭଲ ଭାବରେ ଧୋଇ ଶୁଖାଇ ଦିଅନ୍ତୁ । ଏହାପରେ ନାପକିନ ପେପରରେ ରଖି ଏୟାର ଟାଇଟ ଡବାରେ ରଖିଦିଅନ୍ତୁ ।
କଂଚା ଲଙ୍କାର ଡେମ୍ଫ ବାହାର କରି ସାମାନ୍ୟ ତେଲ ଲଗାଇ ଦିଅନ୍ତୁ । ଏହାକୁ ଏୟାର ଟାଇଟ ଡବା ବା ପଲିଥିନରେ ବାନ୍ଧି ରଖିଦିଅନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More