Only for Entertainment

ସାଇକେଲରେ ପାମ୍ପଡ ବିକ୍ରି କରିବା ପରେ ଏହି ଅନ୍ଦାଜରେ ନଜର ଆସିଲେ ହ୍ରିତିକ, ଫଟୋ ଭାଇରାଲ

Hindustan Times
0 44

ବଲିଉଡ ସୁପରହିରୋ ହ୍ରିତିକ ରୋଶନ ବର୍ତ୍ତମାନ ନିଜର ଆଗାମୀ ଫିଲ୍ମ ‘ସୁପର ୩୦’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ନିକଟରେ ସୁଟିଂ ସେଟର ଏକ ଫଟୋ ସାମ୍ନାକୁ ଆସିଛି । ଫଟୋରେ ହ୍ରିତିକଙ୍କୁ ଏକ ଭିନ୍ନ ଲୁକରେ ଦେଖିବାକୁ ମିଳିଛି । ଏହି ଫଟୋରେ ସେ ଅଭିନେତା ବିରେନ୍ଦ୍ର ସକ୍ସେନାଙ୍କ ସହିତ ନଜର ଆସିଛନ୍ତି । ଏହି ଫିଲ୍ମରେ ହ୍ରିତିକ ପାଟନାର ପ୍ରସିଦ୍ଧ ଗଣିତଜ୍ଞ ଆନନ୍ଦ କୁମାରଙ୍କ ଚରିତ୍ରରେ ନଜର ଆସିବେ । ସୁପର ୩୦ ଆନନ୍ଦ କୁମାରଙ୍କ ଜୀବନ ଉପରେ ଆଧାରିତ । ଆନନ୍ଦ ନିଜ କୋଟିଂ ସେଣ୍ଟର ଦ୍ୱାରା ପ୍ରତି ବର୍ଷ ୩୦ ଜଣ ଗରିବ ପିଲାଙ୍କୁ ଆଇଆଇଟି ପରୀକ୍ଷା ପାଇଁ ପ୍ରସ୍ତୁତ କରାଉଥିଲା । ତାଙ୍କର ଏହି କାହାଣୀକୁ ହ୍ରିତିକ ପରଦାରେ ଦର୍ଶାଇବାକୁ ଯାଉଛନ୍ତି ।

 

New still from the sets of Super 30 #hrithikroshan #super30 #biopic #Bollywood

A post shared by hrithik roshan fan club (@hrithikroshanhardcorefans) on

ଫିଲ୍ମ ପାଇଁ ହ୍ରିତିକ ଖୁବ ପରିଶ୍ରମ କରିଥିବା ଜଣା ପଡିଛି । ଏପର୍ଯ୍ୟନ୍ତ ଫିଲ୍ମର ଯେଉଁ ଫଟୋ ସାମ୍ନାକୁ ଆସିଛି ସେଥିରେ ହ୍ରିତିକଙ୍କୁ ଚିହିଁବା ଖୁବ କଷ୍ଟକର ହୋଇପଡିଛି । କିଛି ଦିନ ପୂର୍ବେ ଫିଲ୍ମର ଏକ ଫଟୋ ସାମ୍ନାକୁ ଆସିଥିଲା । ଫଟୋରେ ହ୍ରିତିକ ସାଇକେଲରେ ପାମ୍ପଡ ବିକୁଥିବାର ନଜର ଆସିଥିଲେ ।

ଏହି ଫଲ୍ମର ନିର୍ଦ୍ଦେଶନା ବିକାଶ ବହଲ ଦେଉଥିବା ବେଳେ ଫିଲ୍ମରେ ହ୍ରିତିକଙ୍କ ସହିତ ଟିଭି ଅଭିନେତ୍ରୀ ମୃଣାଳ ଠାକୁର ନଜର ଆସିବେ । ମୃଣାଳ ଏହି ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିବେ । ଫିଲ୍ମ ୨୫ ଜାନୁୟାରୀ ୨୦୧୯ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More