Only for Entertainment

ଅଭିନେତା ହ୍ରିତିକ ରୋଶନ ଶେୟାର କଲେ ଲେଜେଣ୍ଡାରୀ ଅଭିନେତାଙ୍କ ଅଟୋବୟୋଗ୍ରାଫିର ଫାଷ୍ଟ ଲୁକ !

bollywoodlife
0 21

ବଲିଉଡ ହ୍ୟାଣ୍ଡସମ ହଙ୍କ ହ୍ରିତିକ ରୋଶନ ଫିଲ୍ମ ଅଭିନେତା ସଂଜୟ ଖାନଙ୍କ ଆତ୍ମକଥା ‘ଦ ବେଷ୍ଟ ମିଷ୍ଟେକ ଅଫ ମାଇ ଲାଇଫ’ର ଫାଷ୍ଟ ଲୁକ ଶେୟାର କରିଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ସଂଜୟ ଖାନଙ୍କ ବାପା ଏବଂ ପ୍ରସିଦ୍ଧ ସିରିଅଲ ଟିପ୍ପୁ ସୁଲତାନ ଘରେ ଘରେ ପରିଚିତ ଅଭିନେତା । ଏହି ବାୟୋଗ୍ରାଫି ବହି ଦୀପାବଳିରେ ଲଂଚ କରାଯିବ । ଏହି ବହିରେ ଫିଲ୍ମ ଦୁନିଆରେ ପାଦ ଦେବା ଠାରୁ ଆରମ୍ଭ କରି ତାଙ୍କ ପର୍ସନାଲ ଏବଂ ପ୍ରଫେସନାଲ ଲାଇଫର କାହାଣୀ ରହିଛି । ଏହି ପୁସ୍ତକରେ ତାଙ୍କ ଫ୍ୟାନ୍ସ ମାନଙ୍କ ପାଇଁ ବିସ୍ତାରରେ ଲେଖାଯାଇଛି ।

ହ୍ରିିତିକ ରୋଶନ ନିଜେ ସୋସିଆଲ ମିଡିଆରେ ଏହାକୁ ଶେୟାର କରିଛନ୍ତି ଏବଂ ଫଟୋ ଶେୟାର କରି ସେ ଟ୍ୱିଟ କରିଛନ୍ତି ଯେ ଏ ହେଉଛନ୍ତି ଅସଲି ଖାନ , ତାଙ୍କର ଅସଲ କାହାଣୀ ଅଟୋବାୟୋଗ୍ରାଫିରୁ ଜଣା ପଡିବ ବୋଲି ସେ କହିଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ସଂଜୟ ଖାନ ହିନ୍ଦୀ ସିନେମା ଜଗତର ଜଣାଶୁଣା ଚେହେରା ଅଟନ୍ତି । ଅଭିନୟ ସହ ସେ ନିର୍ଦ୍ଦେଶନା ମଧ୍ୟ କରିଛନ୍ତି । ସେ ଅନେକ ଫିଲ୍ମ କରିଛନ୍ତି ଏବଂ ଏହା ସହ ସେ ଅନେକ ପୁରଷ୍କାର ମଧ୍ୟ ପ୍ରାପ୍ତ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More