Only for Entertainment

ଗଣମାଧ୍ୟଣ ଉପରେ ରାଗିଲେ ହ୍ରିତିକ୍

DNA India
0 35

ପୁଣିଥରେ ଏବେ ଚର୍ଚ୍ଚାରେ ଅଭିନେତା ହ୍ରିତିକ୍ ରୋଶନ୍ । କୌଣସି ଫିଲ୍ମକୁ ନୁହେଁ ବରଂ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଏହି ଅଭିନେତା ଆସିଛନ୍ତି ଚର୍ଚ୍ଚାକୁ । ଗତ କିଛି ଦିନ ହେବ ଅଭିନେତ୍ରୀ ଦିଶା ପଟାନୀଙ୍କ ସହ ତାଙ୍କ ନାମକୁ ଯୋଡା ଯାଉଥିଲା । ଆଉ ଦିଶାଙ୍କ ସହ ହ୍ରିତିକ୍ ଫ୍ଲର୍ଟ କରିବା ନେଇ କିଛି କିଛି ଗଣମାଧ୍ୟମ ସଂସ୍ଥା ପ୍ରକାଶ କଲେ ଖବର । ତେବେ ଏହାକୁ ସହି ପାରିଲେନି ହ୍ରିତିକ୍ ରୋଶନ୍ । ଆଉ ସୋସିଆଲ୍ ମିଡିଆରେ ଉକ୍ତ ସଂସ୍ଥା ଉପରେ ଦେଖାଇଲେ ନିଜ ରାଗ ।

ବଲିଉଡ୍ ହାର୍ଟଥ୍ରୋବ୍ ହ୍ରିତିକ୍ ରୋଶନ୍ ଆଜିକାଲି ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ହୋଇଛନ୍ତି ପୁରା ଖପ୍ପା । ନିଜକୁ ନେଇ ମିଛ ଖବର ଗସିପ୍, ର୍ୟୁମର୍କୁ ଆଉ ବରଦାସ୍ତ କରି ପାରୁ ନାହାଁନ୍ତି ଏହି ଅଭିନେତା । ଏମିତିକି ଟ୍ୱିଟ୍ କରି କିଛି ଗଣମାଧ୍ୟମ କମ୍ପାନୀକୁ କରିଛନ୍ତି ଟାର୍ଗେଟ୍ । କଥା କଣ ଖବର କାଗଜ ପତ୍ରିକାରେ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶା ଯାଇଥିଲା, ହ୍ରିତିକ୍ କୁଆଡେ ଅଭିନେତ୍ରୀ ଦିଶା ପଟାନୀଙ୍କ ସହ କରୁଛନ୍ତି ଫ୍ଲର୍ଟ । ଯାହାକୁ ନେଇ ଏକ ହ୍ରିତିକ୍ଙ୍କ ସହ ଏକ ପ୍ରୋଜେକ୍ଟକୁ ଛାଡିଦେଲେ ଦିଶା । ଏହି ଖବର କୁ ନେଇ ହ୍ରିତିକ୍ ଏତେ ରାଗିଗଲେ ଯେ, ଉକ୍ତ ଗଣମାଧ୍ୟମ ସଂସ୍ଥାକୁ ଟ୍ୟାଗ୍ କରି ଟ୍ୱିଟ୍ କଲେ । ଏବଂ ଏଭଳି ମିଛ ଖବର ପ୍ରକାଶ କରିବାକୁ ନେଇ ନିଜ ଟ୍ୱିଟ୍ରେ ରାଗ ଜାହିର୍ କରିଛନ୍ତି କ୍ରିସ୍ । ତେବେ ଏକଥା ସଭିଁଙ୍କୁ ଜଣା ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ସହ ସମ୍ପର୍କକୁ ନେଇ ହ୍ରିତିକ୍ ଅନେକ ସମାଲୋଚନାର ଶୀକାର ହୋଇଥିଲେ । ଏମିତି କି ଦୁହେଁ ଆଇନ୍ର ସାହାରା ବି ନେଇଥିଲେ । ଆଉ ଏହାଛଡା ପତ୍ନୀ ସୁଜାନଙ୍କ ସହ ଛାଡପତ୍ରକୁ ନେଇ ମଧ୍ୟ ଅନେକ ଦିନ ପର୍ଯ୍ୟନ୍ତ ଖବରରେ ରହିଥିଲେ ହ୍ରିତିକ୍ । ଏସବୁ ପରେ ତାଙ୍କ ନାମରେ ଯଦି କିଛି ବି ଗସିପ କି ର୍ୟୁମର୍ ଆସୁଛି ଆଉ ସହି ପାରୁ ନାହାଁନ୍ତି ସେ । ଯାହାକୁ ନେଇ ଏଭଳି ରାଗ ଜାହିର୍ କରିଛନ୍ତି ହ୍ରିତିକ୍ ରୋଶନ୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More