ଘରେ ପ୍ରସ୍ତୁତ କରନ୍ତୁ ଥଣ୍ଡା ଥଣ୍ଡା ଆଇସକ୍ରିମ୍
ଖରାଦିନ ଆସିଗଲାଣି । ଖରାଦିନେ ଆଇସକ୍ରିମ ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି । ଯଦି ଆପଣଙ୍କର ଆଇସକ୍ରିମ ଖାଇବା ପାଇଁ ଇଚ୍ଛା ହେଉଥାଏ ତେବେ ଆପଣ ବଜାରରୁ ନଆଣି ଏହାକୁ ଘରେ ପ୍ରସ୍ତୁତ କରିପାରିବେ । ଆସନ୍ତୁ ଜାଣିବା ଆଇସକ୍ରିମ ପ୍ରସ୍ତୁତ କରିବାର ପ୍ରଣାଳୀ…
ସାମଗ୍ରୀ-
ଏକ ପ୍ୟାକେଟ୍ ଆଇସ୍କ୍ରିମ୍ ପାଉଡର, କାଜୁ,ଗୁଜୁରାତି, ପେସ୍ତା, ଏକ ପ୍ୟାକେଟ୍ ଖିର
ପ୍ରଣାଳୀ-
ପ୍ରଥମେ ଖିରକୁ ଏକ ପାତ୍ରରେ ଗରମ କରନ୍ତୁ। ସେଥିରେ ପାଣି ମିଶାଇବେ ନାହିଁ। ଖିର ଗରମ ହୋଇଯିବା ପରେ ସେଥିରେ ଗୁଜୁରାତି ଗୁଣ୍ଡ ପକାନ୍ତୁ। ଏହାପରେ ସେଥିରେ କଟା ହୋଇଥିବା କାଜୁ ଓ ପେସ୍ତା ଖଣ୍ଡକୁ ପକାନ୍ତୁ। ଏହାକୁ ଭଲ ଭାବରେ ଗୋଳେଇ ଦିଅନ୍ତୁ। ପରେ କ୍ଷୀରକୁ ଆଞ୍ଚରୁ ଓହ୍ଲାଇ ଦିଅନ୍ତୁ। ସେଥିରେ ଆଇସକ୍ରିମ୍ ପାଉଡର ପକାଇ ଚଲାନ୍ତୁ। ଏହା ଥଣ୍ଡା ହୋଇଯିବା ପରେ ଫ୍ରିଜରରେ ରଖିଦିଅନ୍ତୁ। ଫ୍ରିଜ୍ର ଟେମ୍ପେଚରକୁ ବଢ଼ାଇ ଦିଅନ୍ତୁ। ୬ରୁ ୭ ଘଣ୍ଟା ଫ୍ରିଜ୍ରେ ରଖନ୍ତୁ। ଏହାର ପରେ ତାକୁ ବାହାରକୁ କାଢ଼ି ଆଣିନ୍ତୁ। ପ୍ରସ୍ତୁତ ହୋଇ ଗଲା ଆଇସକ୍ରିମ୍। ପରିବାର ଲୋକଙ୍କ ସହ ଆନନ୍ଦରେ ଖାଆନ୍ତୁ।