Only for Entertainment

ଦେଶଭକ୍ତିରେ ଭରା ବଲିଉଡ ଏହି ୪ଟି ଫିଲ୍ମ, ଯାହାର କାହାଣୀ ଲାଗିଥାଏ ଅସଲି ।

gqindia
0 43

ଆଜି ଆମ ଦେଶ ୭୨ ତମ ସ୍ୱାଧିନତା ଦିବସ ପାଳନ କରୁଛି । ଏହି ଦିନଟି ଆମ ଦେଶବାସୀଙ୍କ ପାଇଁ ଏକ ବିଶେଷ ଦିନ । ଭାରତୀୟ ସିନେମାରେ ଭିନ୍ନ ଭିନ୍ନ କାହାଣୀକୁ ନେଇ ଫିଲ୍ମ ନିର୍ମାଣ କରାଯାଇଥାଏ । କିନ୍ତୁ ଯେବେ ଦେଶଭକ୍ତି ବିଷୟରେ କଥା ଉଠେ ତେବେ ଏହାକୁ ନେଇ ବଲିଉଡରେ ଅନେକ ଫିଲ୍ମ ଦେଖିବାକୁ ମିଳିଥାଏ । ଯେବେ ବି ଦେଶଭକ୍ତି ଉପରେ କୌଣସି ଫିଲ୍ମ ନିର୍ମାଣ କରାଯାଏ ଏହାକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ଆସନ୍ତୁ ଜାଣିବା ସେହିପରି କିଛି ଫିଲ୍ମ ବିଷୟରେ ।

ପୂରବ ଔର ପଶ୍ଚିମ-
‘ପୂରବ ଔର ପଶ୍ଚିମ’ ଫିଲ୍ମରେ ଭାରତୀୟ ସଂସ୍କାର ଏବଂ ପାଶ୍ଚାତ୍ୟ ଦେଶର ପ୍ରଭାବ ଲୋକଙ୍କ ଉପରେ କିପରି ପଡିଥାଏ ତାହାର ତୁଳନା ଦେଖିବାକୁ ମିଳିଥାଏ । ଲୋକେ କିପରି ପାଶ୍ଚାତ୍ୟ ସଭ୍ୟତାର ପ୍ରଭାବିତ ହୋଇ ନିଜ ସଂସ୍କାର ଭୁଲି ଯାଆନ୍ତି ଏବଂ ଏହାପରେ କିପରି ପଶ୍ଚ୍ୟାତାପ କରିଥାନ୍ତି ତାହା ଫିଲ୍ମରେ ଦେଖିବାକୁ ମିଳିଛି । ଫିଲ୍ମରେ ମନେଜ କୁମାରଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଛି । ମନୋଜ କୁମାରଙ୍କ ବ୍ୟତିତ ଫିଲ୍ମରେ ସାୟରା ବାନୋ, ବିନୋଦ ଖନ୍ନା, ପ୍ରେମ ଚୋପଡା, ଓମ ପ୍ରକାଶ ଏବଂ ଅଶୋକ କୁମାରଙ୍କୁ ଦେଖିବାକୁ ମିଳିଥିଲା । ଏହି ଫିଲ୍ମର ଗୀତ ଖୁବ ପପୁଲାର ହୋଇଥିଲା ।

ଉପକାର-
ଏହି ଫିଲ୍ମ ପରେ ଅଭିନେତା ମନୋଜ କୁମାରଙ୍କୁ ଭାରତ କୁମାର ଭାବେ ଲୋକେ ଜାଣିବାକୁ ଲାଗିଲେ । ମନୋଜ କୁମାର ଫିଲ୍ମରେ ସୁନ୍ଦର ଅଭିନୟ କରିଥିଲେ ଏବଂ ଏହା ତାଙ୍କ ଫିଲ୍ମ କ୍ୟାରିୟରର ଟର୍ଣ୍ଣି ପଏଣ୍ଟ ହୋଇଥିଲା । ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ମନୋଜ କୁମାର ଦେଇଥିଲେ ।

ଲଗାନ-
ଅମିର ଖାନଙ୍କ ଏହି ଫିଲ୍ମ ବା କିଏ ଭୁଲି ପରେ । ଫିଲ୍ମରେ କ୍ରିକେଟ ଜରିଆରେ ଦେଶଭକ୍ତିକୁ ଦର୍ଶାଯାଇଛି । ଏହି ଫିଲ୍ମ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଖୁବ ପପୁଲାର ହୋଇଥିଲା । ଏହି ଫିଲ୍ମ ଆଜି ମଧ୍ୟ ଲୋକଙ୍କ ମନରେ ଖାସ ସ୍ଥାନ ରଖିବାରେ ସମର୍ଥ ହୋଇଛି ।

ବର୍ଡର-
ଏହି ଫିଲ୍ମ ଯେବେ ବି ଟିଭିରେ ଦିଏ ତାହାକୁ କେହି ଦେଖିବାକୁ ଅରାଜି ହୁଅନ୍ତି ନାହିଁ । ଫିଲ୍ମର ଗୀତ ,’ସନ୍ଦେଶେ ଆତେ ହେଁ’ ଆଜି ମଧ୍ୟ ଲୋକଙ୍କ ମୁହଁରେ ରହିଛି । ଏହି ମଲ୍ଟିଷ୍ଟାରର ଫିଲ୍ମ ଦେଶର ସୈନିକମାନଙ୍କ ଉପରେ ଆଧାରିତ । ସେମାନଙ୍କ ଜୀବନର ଅନେକ ଛୋଟ ବଡ କାହାଣୀକୁ ଏହି ଫିଲ୍ମରେ ଦେଖିବାକୁ ମିଳିଛି । ସୈନିକମାନଙ୍କର ଭାବନା, ଜୁନୁନ, ବଳିଦାନ ଏହି ଫିଲ୍ମରେ ଦଖିବାକୁ ମିଳିଛି । ଏହି ଫିଲ୍ମ ସତ କାହାଣୀ ଠାରୁ କମ ନୁହେଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More