Only for Entertainment

ଆପଣ ମଧ୍ୟ ପୂଜା କରିବା ସମୟରେ ଏହି ଭୁଲ କରୁନାହାଁନ୍ତି ତ ?

youtube
0 104

ସମସ୍ତେ ଠାକୁର ପୂଜା କରନ୍ତି । ତେଣୁ ପୁଜା ସମୟରେ କେତେକ ବିଧିବିଧାନ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ । ଯଦି ସେ ସବୁ ପ୍ରତି ଠିକ ଭାବରେ ନଜର ପକା ନଯାଏ ତେବେ ପୂଜା ସମୟରେ ବିଘ୍ନ ଘଟିଥାଏ । ତେବେ ପୂଜା କରିବା ସମୟରେ କେଉଁ ସବୁ କଥା ପ୍ରତି ଧ୍ୟାନ ଦେବା ଉଚିତ,ଆସନ୍ତୁ ନଜର ପକାଇବା ।

ପରିଶ୍ରମ ପରି ଅର୍ଜନ କରିଥିବା ଧନରେ ପୂଜା କରିବା ଦ୍ୱାରା ପୂଣ୍ୟ ମିଳିଥାଏ । ଭୁଲ ଉପାୟରେ ଯେଉଁ ଧନ ଅର୍ଜନ କରାଯାଏ ସେଥିରେ ପୂଜା କଲେ ପାପ ମିଳିଥାଏ ।

ପୂଜା ସମୟରେ କଳା ବା ନୀଳ ରଙ୍ଗର ପୋଷାକ ପରିଧାନ କରିବା ଦ୍ୱାରା ପୂଜା ଅସଫଳ ହୋଇଥାଏ ।
ଶବକୁ ସ୍ପର୍ଶ କରି ବିନା ଶୁଦ୍ଧ ହୋଇ ପୁଜା କରିବା ଅନୁଚିତ ।
ସମ୍ଭୋଗ ପରେ ବିନା ସ୍ନାନରେ ପୂଜା କରିବା ଦ୍ୱାରା ପାପ ଲାଗିଥାଏ ।
ମନରେ କୌଣସି ପ୍ରକାରର କ୍ରୋଧ ରଖି ପୂଜା କରିବା ଅନୁଚିତ ।
ପୂଜାରେ ଘଂଟି,ଶଙ୍ଖ ଓ ବାଦ୍ୟ ଦନ୍ତ୍ର ଆଦି ବ୍ୟବହାର କରିବା ଉଚିତ ।
ଯଦି କାହା ପ୍ରତି ଛଳ ପକଟ ରଖି ପୂଜା କରାଯାଏ ତେବେ ତାହା ସ୍ୱୀକାର ହୋଇନଥାଏ ।
ପୂଜା ସମୟରେ ବିନା କାରଣରେ କଥା ହେଉଥିବା ବ୍ୟକ୍ତିଙ୍କର ପୂଜା ଅସଫଳ ହୋଇଥାଏ ।
ବିନା ହାତ ମୁହଁ ଧୋଇ ପୂଜା କରିବା ଅନୁଚିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More