Only for Entertainment

ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ: ବଲିଉଡର କିଛି ଆଗଧାଡିର ଅଭିନେତ୍ରୀ ଯେଉଁମାନେ ଫିଟନେସ ପାଇଁ ଯୋଗକୁ ଦେଇଛନ୍ତି ପ୍ରାଧାନ୍ୟ

you tube
0 42

ଶରୀର,ମନ ଓ ଆତ୍ମାକୁ ସଂଯମ କରିବାର ଏକ ଆଧ୍ୟାତ୍ମିକ ପଦ୍ଧତି ହେଉଛି ଯୋଗ । ବଲିଉଡ ହିରୋଇନ ବି ଯୋଗର ମହତ୍ୱକୁ ଠିକ ଭାବେ ବୁଝିଛନ୍ତି । ଶିଳ୍ପ ସେଟ୍ଟି କୁନ୍ଦ୍ରା ଗତ ପ୍ରାୟ ଦେଢ ଦଶକ ହେଲା ଯୋଗ କରୁଛନ୍ତି । ସେହିଭଳି ମଲାଇକା ଆରୋରା, କରିନା କପୁର ଖାନ ଓ ଆଲିଆ ଭଟ୍ଟ ଫିଟନେସ ମାମଲାରେ କୌଣସି କମ୍ପରମାଇଜ କରନ୍ତିନାହିଁ । ଆଜି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଆସନ୍ତୁ ଜାଣିବା କିଛି ଆଗଧାଡିର ଅଭିନେତ୍ରୀଙ୍କ ଯୋଗ ସମ୍ପର୍କରେ ।

ଶିଳ୍ପା ସେଟ୍ଟି

ShilpaShetty

ଶିଳ୍ପା ସେଟ୍ଟି କୁନ୍ଦ୍ରାଙ୍କ ଫିଟନେସ ସିକ୍ରେଟରେ ଯୋଗର ପ୍ରମୁଖ ଭୂମିକା ରହିଛି । ସେ ସବୁବେଳେ ଫଟୋ ଓ ଭିଡିଓ ସେୟାର କରି ଏ ନେଇ ଚର୍ଚ୍ଚାରେ ରହିଥାନ୍ତି । କିଛି ଦିନ ତଳେ ଶୀର୍ଷାସନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଶିଳ୍ପା ।

ମଲ୍ଲାଇକା ଆରୋରା

malaika-2

ମଲ୍ଲାଇକା ଆରୋରାଙ୍କ ଫିଟନେସ ମନ୍ତ୍ର ହେଉଛି ଯୋଗ । ସେ ଅନେକ କଷ୍ଟସାଧ୍ୟ ଆସନ କରି ନିଜକୁ ଫିଟ୍ ରଖିଥାନ୍ତି । ଅନେକ ସମୟରେ ସେ ଜିମ ଯିବା ଓ ଯୋଗ କରିବାର ଚିତ୍ର ସାମ୍ନାକୁ ଆସିଥାଏ ।

କରିନା କପୁର ଖାନ

kareena-yoga2

କରିନା କପୁର ଖାନ, ବଲିଉଡର ଏହି ଅଭିନେତ୍ରୀ ନିଜ ପୁଅକୁ ଜନ୍ମ ଦେବା ପରେ ଫିଟନେସ ପାଇଁ ଯୋଗକୁ ଆପଣେଇଥିଲେ । କରିନାଙ୍କ ପ୍ରଶିକ୍ଷକଙ୍କ କହିବା ଅନୁସାରେ କରିନା ଠିକ ଭାବେ ଜାଣିଛନ୍ତି କେଉଁ ଆସନ ତାଙ୍କ ପାଇଁ ଫିଟ ।

ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ

Jacqueline Fernandez

ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ବି ଯୋଗର ଗୁରୁତ୍ୱକୁ ବୁଝିଛନ୍ତି । ନିକଟରେ ତାଙ୍କର ଶରୀରକୁ ଭାରସାମ୍ୟ ରଖି ଯୋଗ କରିବାର ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା ।

ଆଲିଆ ଭଟ୍ଟ

Ali-Bhatt-yoga

ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ପାଇଁ ଯୋଗର ଗୁରୁତ୍ୱ ବେଶୀ ଗୁରୁତ୍ୱପୂର୍ଣ୍ଣ । ନିକଟରେ ମାଲଦ୍ୱୀପରେ ଫେମିଲି ଟ୍ରିପ ସମୟରେ ଏରିଏଲ ଯୋଗ କରି ସେ ଚର୍ଚ୍ଚାର ପରିସରକୁ ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More