Only for Entertainment

ଭାଇରାଲ ହେଉଛି କପିଲ ଶର୍ମାଙ୍କ ଫଟୋ, ଆପଣ ମଧ୍ୟ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

zee news
0 109

କମେଡି କିଙ୍ଗ କପିଲ ଶର୍ମା ଏବେ କିଛି ଦିନରୁ ଲାଇମ ଲାଇଟ ଠାରୁ ଦୂରରେ ଅଛନ୍ତି । କିନ୍ତୁ ନିକଟରେ କପିଲଙ୍କୁ ତାଙ୍କ ପ୍ରିୟ ଡଗି ଚିକୁ ସହିତ ଦେଖିବାକୁ ମିଳିଥିଲା । କପିଲଙ୍କ ଏହି ଫଟୋ ଏବେ ଖୁବ ଭାଡଇରାଲ ହେବାରେ ଲାଗିଛି । ଫଟୋରେ କପିଲ ମୁମ୍ବାଇ ଏୟାରପୋର୍ଟରେ ନଜର ଆସିଛନ୍ତି । ତେବେ ପୂର୍ବ ଅପେକ୍ଷା କପିଲଙ୍କ ଓଜନ ବଢି ଯାଇଥିବା ଦେଖିବାକୁ ମିଳିଛି ।

କପିଲ ଶେଷ ଥର ପାଇଁ ‘ଫ୍ୟାମିଲି ଟାଇମ ୱିଥ କପିଲ’ରେ ନଜର ଆସିଥିଲେ । ଏହି ଶୋ’ର କେବଳ ୩ଟି ଏପିସୋଡ ସୁଟ କରାଯାଇଥିଲା । ଏହାପରେ ଅନେକ କାରଣରୁ ଶୋ’କୁ ବନ୍ଦ କରିବାକୁ ପଡିଲା । ଏହାପରେ କପିଲଙ୍କୁ ନେଇ ଅନେକ କଥା ସାମ୍ନାକୁ ଆସିଲା ଏବଂ ପତ୍ରକାରଙ୍କୁ ଉପରେ ରାଗୁଥିବାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଏହା ପରେ କପିଲ ଡିପ୍ରେସନକୁ ଚାଲିଯାଇଥିବା ଶୁଣିବାକୁ ମିଳିଥିଲା ।

 

ଖବର ଅନୁସାରେ କପିଲ କିଛି ସମୟରୁ ପଂଜାବରେ ନିଜ ଘରେ ରହୁଥିଲେ । କପିଲ ଛୋଟ ପରଦାର ଜଣେ ବଡ ଷ୍ଟାର ନିଡ କମେଡି ଜରିଆରେ ସେ ଅନେକ ଲୋକଙ୍କ ହୃଦୟ ଜିତିଛନ୍ତି । କିନ୍ତୁ କିଛି ସମୟ ତାଙ୍କ କ୍ୟାରିୟରେ ଅନେକ ସମସ୍ୟା ଦେଖାଦେଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More