Only for Entertainment

ଘୋଡା ସହିତ ରେସ କଲେ ସଲମାନ! ଜାଣନ୍ତୁ ଶେଷରେ କିଏ ଜିତିଲା

Aaj tak
0 45

ଆପଣ କେବେ କୌଣସି ମଣିଷକୁ ଘୋଡା ସହିତ ରେସ କରୁଥିବାର ଦେଖିଛନ୍ତି କି ? ଯଦି ଦେଖିନଥିବେ ଆପଣଙ୍କର ଏହି ଇଚ୍ଛାକୁ ବଲିଉଡର ସୁଲତାନ ସଲମାନ ଖାନ ପୁରା କରିସାରିଛନ୍ତି । ସଲମାନ ସବୁବେଳେ କିଛି ନା କିଛି ଭିନ୍ନ କରିବା ପାଇଁ ଚେଷ୍ଟା କରିଥାନ୍ତି । ଏହି କ୍ରମରେ ସଲମାନ ଘୋଡା ସହିତ ରେସ କରୁଥିବାର ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଭାଇରାଲ ହୋଉଥିବା ଏହି ଭିଡିଓରେ ଆପଣ ସଲମାନଙ୍କୁ ଘୋଡା ସହିତ ରେସ କରୁଥିବା ଦେଖିବାକୁ ପାଇବେ ।

 

ଏହି ରେସରେ ସଲମାନ ଘୋଡାର ଠିକ ପୂର୍ବରୁ ଫିନିସ ଲାଇନ କ୍ରସ କରି ରେସକୁ ଜିତି ନେଇଛନ୍ତି । କିନ୍ତୁ ଏହି ଭିଡିଓ କେବେ ସୁଟ କରାଯାଇଛି ତାହାର ସୂଚନା ମିଳିନାହିଁ । ସଲମାନ ଅନେକ ପିଲ୍ମରେ ଘୋଡା ସବାରି କରିଥିବା ଦେଖିବାକୁ ମିଳିଛି । ଭାଇରାଲ ହେଇଥିବା ଏହି ଭିଡିଓର ବ୍ୟାକଗ୍ରାଉଣ୍ଡରେ ସଲମାନଙ୍କ ଫିଲ୍ମ ସୁଲତାନର ଗୀତ ବାଜୁଥିବା ଶୁଣିବାକୁ ମିଳିଛି ।

ନିକଟରେ ରିଲିଜ ହୋଇଥିବା ସଲମାନଙ୍କ ଫିଲ୍ମ ‘ରେସ-୩’ ବକ୍ସ ଅଫିସରେ ଧୁମ ମଚାଇଛି । ଫିଲ୍ମ ମାତ୍ର ୩ ଦିନ ମଧ୍ୟରେ ୧୦୦ କୋଟି କ୍ଲବରେ ସାମିଲ ହୋଇପାରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More