Only for Entertainment

କ’ଣ ଇରଫାନ ଖାନ ଦେଖିଲେ ଲର୍ଡ୍ସ ଷ୍ଟାଡିୟମରେ କ୍ରିକେଟ ମ୍ୟାଚ ? ଭିଡିଓ ଭାଇରାଲ !

Janta Ka Reporter
0 34

ଇରଫାନ ଖାନ ଗମ୍ଭୀର ରୋଗରେ ପୀଡିତ ଏବଂ ଲଣ୍ଡନରେ ନିଜର ଚିକିତ୍ସା କରାଉଛନ୍ତି । ଚଳିତ ବର୍ଷ ମାର୍ଚ୍ଚ ମାସରେ ନିଜର ରୋଗ ସମ୍ପର୍କରେ ଜଣାଇଥିଲେ । ସେ ନ୍ୟୁରୋଏଣ୍ଡୋପ୍ରାଇନ ଟ୍ୟୁମରରେ ପୀଡିତ ଅଟନ୍ତି । ଯାହାର ଚିକିତ୍ସା ଲଣ୍ଡନରେ କରାଯାଉଛି । ପ୍ରଶଂସକମାନେ ତାଙ୍କ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଏବେ ଚିନ୍ତିତ । ଏହାମଧ୍ୟରେ ସୋସିଆଲ ମିଡିଆରେ ଏକ ଫଟୋ ଭାୟରାଲ ହୋଇଛି ।

ଯେଉଁଥିରେ ଜଣେ ବ୍ୟକ୍ତିଙ୍କୁ ଲୋକମାନେ ଇରଫାନ ବୋଲି ମାନିଛନ୍ତି । ତାଙ୍କର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେୟାର କରିଥିବା ୟୁଜର ଦାବି କରିଛନ୍ତି ଯେ ଏହି ଫଟୋ ଲର୍ଡ୍ସ ଷ୍ଟାଡିୟମର ଅଟେ । ଯେଉଁଠାରେ ଇଂଲଣ୍ଡ ଏବଂ ପାକିସ୍ଥାନଙ୍କ ମଧ୍ୟରେ ହେଉଥିବା ଟେଷ୍ଟ ମ୍ୟାଚର ଲୋକମାନେ ମଜା ନେଇଛନ୍ତି ।

ଏହି ଫଟୋକୁ ସେୟାର କରିଛନ୍ତି ପାକିସ୍ତାନର ଜଣେ ସାମ୍ବାଦିକ ଜୈନବ ଅବାସ । ଏହି ଫଟୋରେ ଜଣେ ବ୍ୟକ୍ତି ଇରଫାନଙ୍କ ଅବିକଳ ପରି ଲାଗୁଛନ୍ତି । ମାତ୍ର ଏବେ ପର୍ଯ୍ୟନ୍ତ ତାଙ୍କର ପରିବାର ତରଫରୁ ଏହି ଫଟୋ ସମ୍ପର୍କରେ କୌଣସି କଥା ଜଣା ପଡି ନାହିଁ । ତେବେ ଆଗକୁ କେବେ ଜଣା ପଡିବ ଏହି ଫଟୋର ସତ୍ୟତା ତାହା ଦେଖିବା କେବଳ ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More