Only for Entertainment

ଇଣ୍ଡିଆନ କ୍ରିକେଟ ଟିମ କୋଚ ରବି ଶାସ୍ତ୍ରୀଙ୍କୁ ଡେଟ କରୁଛନ୍ତି ନିମରତ କୌର, ଏଭଳି ହୋଇଥିଲା ଦୁହିଁଙ୍କ ଭେଟ !

masala
0 53

ବଲିଉଡ ଏବଂ କ୍ରିକେଟକୁ ନେଇ ଭାରତବାସୀଙ୍କ ପାଗଳାମି କାହାକୁ ଅଛପା ନାହିଁ । କ୍ରିିକେଟ ଏବଂ ବଲିଉଡ ଦୁଇଟି ମଧ୍ୟରେ ସମ୍ପର୍କ ଖୁବ ପୂରୁଣା । ଏହା କେବଳ ବନ୍ଧୁତା ମଧ୍ୟରେ  ସୀମିତ ରହିନାହିଁ ବରଂ ଏହା ବିବାହରେ ମଧ୍ୟ ପରିଣତ ହୋଇ ସାରିଛି । ବର୍ତ୍ତମାନର କଥା କହିବାକୁ ଗଲେ ଅନୁଷ୍କା ଏବଂ ବିରାଟଙ୍କ ବ୍ୟତୀତ ଭଲ ଉଦାହରଣ ଆଉ କଣ ହୋଇ ପାରେ । କ୍ରିକେଟ ଏବଂ ବଲିଉଡ ମଧ୍ୟରେ ରୋମାନ୍ସ ଆଉ ନୂଆ ନୁହେଁ, ବରଂ ଅନେକ ଦିନରୁ କ୍ରିକେଟର୍ସ ଏବଂ ବଲିଉଡ ଅଭିନେତ୍ରୀଙ୍କ ମଧ୍ୟରେ ବହୁ ପୂର୍ବରୁ ସମ୍ପର୍କ ଦେଖିବାକୁ ମିଳିଛି ।

ଖବର ମୁତାବକ ଇଣ୍ଡିଆନ କ୍ରିକେଟ ଟିମର କୋଚ ରବି ଶାସ୍ତ୍ରୀ ଏବଂ ଲଂଚ ବକ୍ସ ଫେମ ନିମରତ କୌର ଏବେ ଦୁହେଁ ଦୁହିଁଙ୍କୁ ଡେଟ କରୁଥିବା ଖବର ସାମ୍ନାକୁ ଆସିଛି । ଖବର ତ ଏଭଳି ମଧ୍ୟ ଶୁଣିବାକୁ ମିଳିଛି ଯେ ଦୁହେଁ ଦୁଇ ବର୍ଷ ହେବ ଦୁହିଁଙ୍କୁ ଡେଟ କରୁଛନ୍ତି । ଏବେ ଆପଣ ଭାବୁଥିବେ କ୍ରିକେଟ ଫିଲ୍ଡରେ କୋଚିଂ ଦେବାରେ ବ୍ୟସ୍ତ ଥିବା ରବି ଶାସ୍ତ୍ରୀ ନିମରତ କୌରଙ୍କ ସହ କେବେ ଏବଂ କେଉଁଠି ଭେଟ ହେଲେ ।

ତେବେ ଏଠାରେ ଆମେ କହି ରଖୁଛୁ ଯେ ରବି ଶାସ୍ତ୍ରୀ ଏବଂ ନିମରତ କୌର ଦୁହେଁ ୨୦୧୫ରୁ ଏକ ଜର୍ମାନ ଲଗଜରୀ କାରର ଲଂଚ କରୁଛନ୍ତି । ଏହି ବ୍ରାଣ୍ଡକୁ ଲଂଚ କରିବାକୁ ଯାଇ ଦୁହିଁଙ୍କ ପ୍ରେମ କାହାଣୀ ମଧ୍ୟ ଏବେ ଲଂଚ ହୋଇଯାଇଛି । ଧୀରେ ଧୀରେ ଏହାର ଡିଟେଲ୍ସ ସାମ୍ନାକୁ ଆସିବାକୁ ଲାଗିିଛି । ଏବେ ଆମେ ଶାସ୍ତ୍ରୀଙ୍କ ୱାର୍କଫ୍ରଂଟ ବିଷୟରେ ଯଦି କହିବା ତେବେ ୟୂକେ’ରେ ଇଣ୍ଡିଆନ ଟିମ ସହ ବ୍ୟସ୍ତ ଅଛନ୍ତି ଏବଂ ନିମରତ କୌର ଏବେ ଏକ ୱେବ ସିରିଜର ସୁଟିଂରେ ବ୍ୟସ୍ତ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More