Only for Entertainment

କାହିଁକି କୃଷ୍ଣ କରିଥିଲେ କର୍ଣ୍ଣଙ୍କର ଅନ୍ତିମ ସଂସ୍କାର?

punjab kesari
0 67

ମହାଭାରତ କଥା ଆଲୋଚନା କଲେ ଏବେ ମଧ୍ୟ ଏଭଳି କିଛି ପାତ୍ରଙ୍କ ବିଷୟରେ ମନେ ପଡ଼େ ଯେଉଁ ମାନେ ଇତିହାସରେ ଏକ ସୁନ୍ଦର ସ୍ଥାନ ନେଇଛନ୍ତି । ଶ୍ରୀକୃଷ୍ଣଙ୍କ ବ୍ୟତୀତ ପାଣ୍ଡବ ମାନଙ୍କୁ ମଧ୍ୟ ମହାଭାରତର ନାୟକ ବୋଲି ବିବେଚନା କରାଯାଏ । କିନ୍ତୁ କୌରବ ମାନଙ୍କୁ ଏତେ ସମ୍ମାନର ସହିତ ଦେଖାଯାଏ ନାହିଁ । ପାଣ୍ଡବ ମାନଙ୍କ ସହିତ ଅନ୍ୟାୟ କାରଣରୁ ଆଜି ମଧ୍ୟ ଲୋକ ତାଙ୍କୁ ପ୍ରେମର ସହିତ ଦେଖନ୍ତି । ଯାହା କୌରବ ମାନଙ୍କ କ୍ଷେତ୍ରରେ ହୋଇ ନଥାଏ । କିନ୍ତୁ କର୍ଣ୍ଣ କୌରବଙ୍କ ସହିତ ଥିଲେ ମଧ୍ୟ ତାଙ୍କୁ ଲୋକ ସମ୍ମାନ କରନ୍ତି । କାରଣ ସାଧାରଣ ମଣିଷଙ୍କ ଠାରୁ ଆରମ୍ଭ କରି ଭଗବାନ କୃଷ୍ଣଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଜଣେ ସାହାସୀ ଯୋଦ୍ଧା ବୋଲି ଭାବୁଥିଲେ ଓ ତାଙ୍କୂ ସମ୍ମାନ କରୁଥିଲେ ।

ମହାଭାରତରେ ଏହି କଥା ସମସ୍ତେ ଜାଣିଥିବେଯେ ଯୁଦ୍ଧ ପୂର୍ବରୁ ଶ୍ରୀକୃଷ୍ଟ ଇନ୍ଦ୍ରଙ୍କ ସହାୟତାରେ ଛଳ କରି କର୍ଣ୍ଣଙ୍କ କବଚ କୁଣ୍ଡଳ ନେଇ ଯାଇଥିଲେ । କିନ୍ତୁ ଆମେ ତାହାର ପରବର୍ତ୍ତୀ ମୁହୂତ୍ତର ଏକ କଥା କହୁଛୁ ଯେତେବେଳେ କୃଷ୍ଣ ନିଜେ କର୍ଣ୍ଣଙ୍କ ପରୀକ୍ଷା ନେବାକୁ ଯାଇଥିଲେ ଏବଂ କର୍ଣ୍ଣ ପରୀକ୍ଷାରେ ସଫଳ ହୋଇଥିଲେ । ସେହି ସମୟରେ କୃଷ୍ଣ କର୍ଣ୍ଣଙ୍କ ଉପରେ ଖୁସି ହୋଇ ବରଦାନ ମାଗିବାକୁ କହିଥିଲେ ।

ଯେତେବେଳେ କର୍ଣ୍ଣ ମୃତ୍ୟୁଶଯ୍ୟା ହୋଇଥିଲେ,ସେହି ସମୟରେ କୃଷ୍ଣ ଅନ୍ୟ ଏକ ପରୀକ୍ଷା ପାଇଁ ତାଙ୍କ ନିକଟକୁ ଯାଇଥିଲେ ଏବଂ କର୍ଣ୍ଣଙ୍କୁ ସୁନାର ଦାନ୍ତଟି ମାଗିଥିଲେ । କର୍ଣ୍ଣ ନିକଟରେ ପଡ଼ିଥିବା ଏକ ପଥରକୁ ଉଠାଇ ସେହି ଦାନ୍ତଟିକୁ ଭାଙ୍ଗି ଦେଇଥିଲେ ଏବଂ କୃଷ୍ଣଙ୍କୁ ଦେଇଥିଲେ । ସେହିଦିନ ଏହି ଦାନବୀର ପୁଣିଥରେ ପ୍ରମାଣ କରିଥିଲେଯେ ସେ ବାସ୍ତବରେ ଜଣେ ଦାନବୀର । ଏହା ଦେଖି କୃଷ୍ଣ ଖୁବ ପ୍ରଭାବିତ ହେଲେ ଏବଂ କର୍ଣ୍ଣଙ୍କୁ କହିଲେଯେ ତୁମେ କିଛି ବର ମାଗ ।

କର୍ଣ୍ଣ କହିଲେଯେ ଜଣେ ନିର୍ଦ୍ଧନ ପୂତ୍ର ହୋଇଥିବାରୁ ସମସ୍ତେ ତାଙ୍କ ସହିତ ଛଳ କରିଛନ୍ତି । ପୁଣିଥରେ ଯେତେବେଳେ କୃଷ୍ଣ ଧରା ପୃଷ୍ଟକୁ ଆସିବେ ପଛୁଆ ବର୍ଗର ଲୋକଙ୍କ ଜୀବନ ସୁଧାରିବାକୁ ଚେଷ୍ଟା କରିବେ । ଏହାପରେ ସେ ଅନ୍ୟ ଦୁଇଟି ବର ମାଗିଥିଲେ । ଦ୍ୱିତୀୟ ବରରେ ସେ ମାଗିଥିଲେଯେ ପୁଣିଥରେ କୃଷ୍ଣ ଯେତେବେଳେ ଜନ୍ମ ହେବେ ମୋ ରାଜ୍ୟରେ ଜନ୍ମ ହେବେ ।

ତୃତୀୟ ବରରେ ସେ କହିଥିଲେଯେ ମୋର ଅନ୍ତିମ ସଂସ୍କାର ସେହି ସ୍ଥାନରେ କରିବେ ଯେଉଁଠାରେ କିଛି ପାପ ନଥିବ । ତାଙ୍କର ଏହି ସମସ୍ତ ଇକ୍ତାକୁ ଶୁଣି କୃଷ୍ଣ ଚିନ୍ତାରେ ପଡ଼ିଗଲେ । କାରଣ ସାରା ଧରାରେ ଏଭଳି କୌଣସି ସ୍ଥାନ ନଥିଲା ଯେଉଁଠାରେ ସାମାନ୍ୟ ମଧ୍ୟ ପାପ ନଥିଲା । ଏଭଳି କୌଣସି ସ୍ଥାନ ନଥିବାରୁ କୃଷ୍ଣ କର୍ଣ୍ଣଙ୍କର ଅନ୍ତିମ ସଂସ୍କାର ନିଜ ହାତରେ କରିଥିଲେ । ଏହାପରେ କର୍ଣ୍ଣ ମୃତ୍ୟୁପରେ ବୈକୁଣ୍ଠ ପ୍ରାପ୍ତ ହେଲେ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More