Only for Entertainment

ଦିନେ ଐଶ୍ୱର୍ଯ୍ୟାଙ୍କ ଫିଲ୍ମରେ ଶିଶୁ କଳାକାର ଥିଲେ, ଆଜି ‘ଆର୍ଟିକଲ ୧୫’ର ହିରୋଇନ ।

25

ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଫିଲ୍ମ ଆର୍ଟିକଲ ୧୫’ ଦର୍ଶକଙ୍କୁ ଖୁବ ପସନ୍ଦ ଆସୁଛି । ନିକଟରେ ଶାହାରୁଖ ଖାନ ମଧ୍ୟ ଏହି ଫିଲ୍ମର ପ୍ରଶଂସା କରିଥିଲେ । ଫିଲ୍ମରେ ସମସ୍ତ ଚରିତ୍ରକୁ ଖୁବ ପସନ୍ଦ କରାଯାଉଛି, ଏହା ସହିତ ପ୍ରଶଂସା ସାଉଁଟୁଛନ୍ତି ଫିଲ୍ମରେ ଆୟୁଷ୍ମାନଙ୍କ ଅନସ୍କ୍ରିନ ଗର୍ଲଫ୍ରେଣ୍ଡ । ଯେଉଁ ଚରିତ୍ରରେ ନଜର ଆସିଛନ୍ତି ଈଶା ତଲୱାର । ଖାସ କଥା ହେଉଛି ଈଶା ବଲିଉଡ ପାଇଁ ନୂଆ ନୁହଁନ୍ତି । ୧୩ ବର୍ଷ ବୟସରଙ୍କ ସେ ବଲିଉଡରେ କ୍ୟାରିଅର ଆରମ୍ଭ କରିଥିଲେ ।

୧୩ ବର୍ଷ ବୟସରେ ୨୦୦୦ ମସିହାରେ ଅନିଲ କପୂର ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ଫିଲ୍ମ ‘ହମାରା ଦିଲ ଆପକେ ପାସ ହୈ’ରେ ଶିଶୁ କଳାକାର ଭାବରେ କାମ କରିଥିଲେ । ସେ ଅନିଲ ଏବଂ ଐଶଙ୍କ ସାନ ଭଉଣୀ ଭାବରେ ନଜର ଆସିଥିଲେ ।

ପଢା ସରିବା ପରେ ଈଶା ମଡେଲିଂ କଲେ ଏବଂ କେତେକ ବ୍ରାଣ୍ଡ ପାଇଁ ବିଜ୍ଞାପନ ମଧ୍ୟ କରିଛନ୍ତି । ଏହା ସହିତ ସେ ଜଣେ ଟ୍ରେଣ୍ଡ ଡ୍ୟାନ୍ସର ମଧ୍ୟ । ତେବେ ୨୦୧୨ରେ ସେ ମଲୟାଲାମ ଫିଲ୍ମରେ ଡେବ୍ୟୁ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More