Only for Entertainment

ନିର୍ବନ୍ଧର ଫଟୋ ଛାଡି ଟ୍ରୋଲ ହେଲେ ‘କବୁଲ ହେ’ଅଭିନେତ୍ରୀ ‘ଅଦିତି ଗୁପ୍ତା’ !

TheLiveMirror
0 77

ଇଶକବାଜ, କବୁଲ ହେ, କିସ ଦେଶ ମେ ମେରା ଦିଲ ଏବଂ ପରଦେଶ ଭଳି ସିରିୟଲରେ ନଜର ଆସିଥିବା ଅଭିନେତ୍ରୀ ଅଦିତି ଗୁପ୍ତା ୨ସେପ୍ଟେମ୍ବର ଲୁଚି ଲୁଚି ନିର୍ବନ୍ଧ କରିନେଇଛନ୍ତି । ସେ ଇନଷ୍ଟାଗ୍ରାମରେ ତାଙ୍କ ଭାବି ପତିଙ୍କର ଫଟୋ ଶେୟାର କରିଛନ୍ତି । ଯାହାକୁ ଦେଖି ଫ୍ୟାନ୍ସ ଖୁବ ଟ୍ରୋଲ କରିଛନ୍ତି । ଅଦିତି ରବିବାର ଦିନ ସଂନ୍ଧ୍ୟାରେ କବିର ଚୋପ୍ରାଙ୍କ ସହ ନିର୍ବନ୍ଧ କରିଥିଲେ । ଏହା ତାଙ୍କର ପ୍ରାଇଭେଟ ଫଙ୍କସନ ରହିଥିଲା, ଏହି କାରଣରୁ ଏଠାରେ ତାଙ୍କ ସମ୍ପର୍କୀୟ ଏବଂ ବନ୍ଧୁ ଯୋଗ ଦେଇଥିଲେ ।

❤️

A post shared by Additi Gupta (@additigupta) on

ତେବେ ଏଠାରେ ଆମେ କହି ରଖୁଛୁ ଯେ ଏହି ଫଟୋ ସେ ପୋଷ୍ଟ କରିବା ପରେ ଲୋକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି । କିଛି ଲୋକ ତାଙ୍କୁ ଟଙ୍କା ପାଇଁ ବିବାହ କରୁଥିବା କହିଥିବା ବେଳେ କିଛି ତାଙ୍କୁ ବୁଢ଼ା ମିଲ୍ ଗୟା ବୋଲି କହିଥିବା ଦେଖା ଯାଇଛି ।

ଅନ୍ୟ ଜଣେ ବ୍ୟବହାରକାରୀ, ଝିଅମାନେ ଯେତେ ଶାହାରୁଖ୍ କି ବିରାଟ ହୁଅନ୍ତୁ ବିବାହ ତ ସେମାନେ ଜେଠାଲାଲଙ୍କୁ ହିଁ କରିବେ ବୋଲି ଲେଖିଥିବା ବେଳେ ଜଣେ ଏହା ବିବାହ ନୁହଁ ବର୍ବାଦୀ ବୋଲି କହିଛନ୍ତି । ତେବେ ଅଦିତିଙ୍କୁ ଏତେ ଟ୍ରୋଲ କରାଯାଇଥିବା ବେଳେ ଅଦିତି ଏ ପର୍ୟ୍ୟନ୍ତ କୌଣସି ପ୍ରତିକ୍ରିୟା ରଖି ନଥିବା ଦେଖା ଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More