Only for Entertainment

ଟୁରରେ ମହିଳାଙ୍କ ସହ ସମ୍ପର୍କ ରଖିଥିବା ନେଇ ଖୁଲାସା କଲେ ଏହି ହଲିଉଡ କଳାକାର !

jansatta
0 43

ଦୁନିଆର ପ୍ରସିଦ୍ଧ ଟିଭି ଆଙ୍କର ଏବଂ ସିଙ୍ଗର ଲିଲୀ ଏଲନ ନିଜ ପର୍ସନଲ ଲାଇଫ ସହ ଜଡିତ ଆଶ୍ଚର୍ଯ୍ୟ କରିଦେଲା ଭଳି ଖୁଲାସା କରିଛନ୍ତି । ପତି ଶ୍ୟାମ କପୂରଙ୍କ ଠାରୁ ଅଲଗା ହେବା ପରେ ସେ ‘ଶିଜସ’ ଆଲବମ ପ୍ରଚାର କରିବା ପାଇଁ ଟୁରରେ ଯାଇଥିବା ସମୟରେ ମହିଳାଙ୍କ ସହ ସମ୍ବନ୍ଧ ରଖିଥିବା କହିଛନ୍ତି । ଲିଲୀ ଏହି ରହସ୍ୟ ଉପରୁ ପରଦା ଉଠାଇଥିଲେ ଯେତେବେଳେ ତାଙ୍କ ବହିର କିଛି ଭାଗ ପ୍ରେସରେ ଲିକ ହୋଇଯାଇଥିଲା ।

ଇନଷ୍ଟାଗ୍ରାମରେ ଲିଲୀ ଏକ ପୋଷ୍ଟ କରି ତାଙ୍କ ବୁକରେ ତାଙ୍କ ସମ୍ପର୍କରେ କଠିନ ସ୍ତର କଥା କହିଛନ୍ତି । ସେ ସିଜସ’ ଆଲବମ ପ୍ରଚାର ସମୟରେ ଟୁର ଯାଇଥିବା ବେଳେ ମହିଳାଙ୍କ ସମ୍ବନ୍ଧ ରଖିଥିବା କହିଛନ୍ତି କାରଣ ଉଦାସ ଏବଂ ଏକା ଅନୁଭବ କରୁଥିଲେ । ଏହି ବିଷୟକୁ ସେ ଗର୍ବିତ ନୁହଁନ୍ତି ବରଂ ଲଜ୍ଜିତ ଥିବା କହିଛନ୍ତି । ଏଲନ ଏଠାରେ ଯେଉଁ ଘଟଣା ସମ୍ପର୍କରେ କହିଛନ୍ତି ତାହା ୨୦୧୪ମସିହାର ।

ଏହି ସିଙ୍ଗର ଜଣକ ଫଟୋ ପୋଷ୍ଟ କରି ଏକ ଇ-ମେଲ ମଧ୍ୟ ଶେୟାର କରିଛନ୍ତି , ଯେଉଁଥିରୁ ଏହାକୁ ଲିକ କରିବା ଚେତାବନୀ ଦେଇଥିବା ଦେଖିବାକୁ ମିଳିଛି । ଏଠାରେ ଆମେ କହି ରଖୁଛୁ ଯେ ଲିଲି ଏଲନ ଜଣେ ବ୍ରିଟିଶର ଅଟନ୍ତି । ଖାସ କଥା ହେଉଛି ଯେ ସେ ଟେଲିଭିଜନ ପ୍ରେଜେଂଟର ଏବଂ ସିଙ୍ଗର ମଧ୍ୟ ଅଟନ୍ତି । ସେ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରୁହନ୍ତି ଏବଂ ତାଙ୍କର ଅନେକ ଫ୍ୟାନ ଫଲୋଇଙ୍ଗ ରହିଛନ୍ତି ଯାହାର ଅନ୍ଦାଜା ଲଗାଇବା ମୁସ୍କିଲ ଅଟେ । ଇନଷ୍ଟାଗ୍ରାମରେ ଲିଲୀଙ୍କର ହାରାହାରି ୮ଲକ୍ଷ ୭୮ହଜାର ଫ୍ୟାନ ଫଲୋର୍ସ ଅଛନ୍ତି । ଏହି କାରଣରୁ କିଛି ସମୟ ମଧ୍ୟରେ ଶେୟାର କରାଯାଇଥିବା ଫଟୋକୁ ହଜାର ହଜାର ଲାଇକ ମିଳି ସାରିଲାଣି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More