Only for Entertainment

ବୁଲେଟ ରାଜା ପରେ ପୁଣି ଥରେ ଏକାଠି ସ୍କ୍ରିନ ଶେୟାର କରିବେ ସୋନାକ୍ଷୀ ଏବଂ ସୈଫ !

aajtak
0 43

୨୦୦୭ରେ ଆସିଥିବା ଧମାକାଦାର ଫିଲ୍ମ ‘ଲାଇଫ ଇନ ଏ ମେଟ୍ରୋ’ର ସିକ୍ୱେଲକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏଠାରେ ଆମେ କହି ରଖୁଛୁ ଯେ ପ୍ରଥମେ ଏହି ଫିିଲ୍ମ ପାଇଁ ଅର୍ଜୁନ କପୂରଙ୍କ ନାଁ ସାମ୍ନାକୁ ଆସିଥିଲା । କିନ୍ତୁ ତାରିଖ ପାଇଁ ତାଙ୍କୁ ଏହି ଫିଲ୍ମରୁ ବାହାରିବାକୁ ପଡିଥିଲା । ଏହାପରେ ଏହି ଫିଲ୍ମ ପାଇଁ ଅଭିଶେକ ବଚ୍ଚନ, କରୀନା କପୂର ଖାନ , ଇଲିୟାନା ଡିକ୍ରୁଜ, ରାଜକୁମାର ରାଓ ଏବଂ ତାପସୀଙ୍କ ନାଁ ମଧ୍ୟ ସାମ୍ନାକୁ ଆସିଥିଲା କିନ୍ତୁ ଏବେ ପର୍ଯ୍ୟନ୍ତ ଫିଲ୍ମ ର ପୂରା କାଷ୍ଟିଂ ପାଇଁ କିଛି ଫାଇନାଲ ହୋଇ ନାହିଁ ।

କିଛି ଦିନ ହେବ ଫିଲ୍ମ ନିର୍ଦ୍ଦେଶକ ନିଜର ଚିନ୍ତା ପ୍ରକାଶ କରି ସୋସିଆଲ ମିଡିଆରେ କହିଥିଲେ ଯେ କଳାକାରମାନେ ବର୍ଷକ ଯାଏଁ ଟାଇଟ ଥିବାରୁ ତାଙ୍କୁ କେହି ହଁ କରୁ ନାହାନ୍ତି । ଏହିକାରଣରୁ ସେ ଚିନ୍ତାରେ ଯେ କିଏ ଏହି ଫିଲ୍ମରେ ଅଭିନୟ କରିବ ?

ଏକ ଖବର ମୁତାବକ ଏବେ ନିର୍ମାତା ଏହି ମଲ୍ଟି ଷ୍ଟାରର ଫିଲ୍ମ ପାଇଁ ସୋନାକ୍ଷୀ ସିନ୍ହା ଏବଂ ସୈଫ ଅଲ୍ଲୀ ଖାନଙ୍କୁ ଆପ୍ରୋଚ କରିଥିବା ଶୁଣିବାକୁ ମିଳିଛି । ସୂତ୍ର ମୁତାବକ ସୋନାକ୍ଷୀଭ୍କୁ ଏହି ଫିଲ୍ମ ପାଇଁ ୨ସପ୍ତାହ ପୂର୍ବେ ଅଫର ଦିଆଯାଇଥିଲା । ସୋନାକ୍ଷୀ ଏହି ଫିଲ୍ମର ପ୍ରସ୍ତାବକୁ ସ୍ୱୀକାର କରି ସାଇନ କରିଦେଇଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ଏହି ଫିଲ୍ମରେ ସୈଫ ଅଲ୍ଲୀ ଏବଂ ସୋହା ଅଲ୍ଲୀ ଖାନଙ୍କୁ ଏକାସହ ଦେଖିବାକୁ ମିଳିବ ନାହିଁ ବରଂ କିଛି ସିନରେ ଦୁହେଁ ନଜର ଆସିବେ । ଏହି ଫିଲ୍ମ ପୂର୍ବରୁ ଦୁହେଁ ଏକାସହ ବୁଲେଟ ରାଜା’ରେ ନଜର ଆସିଥିଲେ । ଏଠାରେ ଆମେ କହି ରଖୁଛୁ ଯେ ଅଭିଷେକ ବଚ୍ଚନ, ତାପସୀ ପନ୍ନୁ ଏବଂ ରାଜକୁମାର ରାଓଙ୍କୁ ମଧ୍ୟ କାଷ୍ଟ କରାଯିବ । ଯଦି ଏହି ଫିଲ୍ମ ପାଇଁ ସିଦ୍ଧାର୍ଥ ମଲହୋତ୍ରା ରାଜି ହୋଇଯିବେ ତେବେ ସେ ତାପସୀଙ୍କ ବିପକ୍ଷରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More