Only for Entertainment

ଆୟୁଷ ଶର୍ମାଙ୍କ ସହ ‘କ୍ୱାଥା’ରେ ନଜର ଆସିବେ ଜ୍ୟାକଲିନ ଫର୍ଣ୍ଣାଡିଜ ?

34

ଯଦି ସବୁ କିଛି ଠିକ ଚାଲେ ତେବେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜଙ୍କ ସହ ଆୟୁଷ ଶର୍ମାଙ୍କ ସହ ଫିଲ୍ମ ‘କ୍ୱାଥା’ରେ ନଜର ଆସିବେ । ଏହି ଫିଲ୍ମରେ ସଂଜୟ ଦତ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଏଭଳି ଖବର ଶୁଣିବାକୁ ମିଳିଛି ଯେ ଫିଲ୍ମ ମେକର୍ସ ଆୟୁଷ ଶର୍ମାଙ୍କ ସହ ଜ୍ୟାକଲିନ ଫର୍ଣ୍ଣାଡିଜଙ୍କୁ ସ୍ଥିର କରିଛନ୍ତି । ଏହି ଫିଲ୍ମରେ ଆୟୁଷ ଶର୍ମା ସେନା ଅଧିକାରୀ ଭୂମିକା ତୁଲାଇବେ ।

ଶୁଣିବାକୁ ମିଳିଛି ଯେ ଫିଲ୍ମ ନିର୍ମାତା ଜ୍ୟାକଲିନ ଫର୍ଣ୍ଣାଡିଜଙ୍କୁ ସ୍କ୍ରିପ୍ଟ ଶୁଣାଇଛନ୍ତି ଏବଂ ଏହା ଜ୍ୟାକଲିନଙ୍କୁ ପସନ୍ଦ ଆସିଛି । କିନ୍ତୁ ଫିଲ୍ମ ସାଇନ କରିବା କଥା କିଛି ସ୍ପଷ୍ଟ ହୋଇନାହିଁ । ଫିଲ୍ମ ନିର୍ମାତା ଆୟୁଷଙ୍କ ସହ କୌଣସି ଏକ ବଡ ଚେହେରାକୁ ନେବା ପାଇଁ ଚାହୁଁଛନ୍ତି ।

 ଖବର ମୁତାବକ ଏହି ଫିଲ୍ମ ଗ୍ୟାଙ୍ଗଷ୍ଟର କାହାଣୀ ଉପରେ ଆଧାରିତ । ଫିଲ୍ମ ନିର୍ମାତା ସଂଜୟ ଦତ୍ତଙ୍କୁ ଫିଲ୍ମରେ ନେବା ପାଇଁ ମଧ୍ୟ ବିଚାର କରିଛନ୍ତି । ମାତ୍ର ଏବେ ପର୍ଯ୍ୟନ୍ତ ତାଙ୍କ ଭୂମିକା ବିଷୟରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ଏହାଶୁଣିବାକୁ ମିଳିଛି ଯେ ଫିଲ୍ମରେ ନିର୍ଦ୍ଦେଶନା ଭାର ତୁଲାଇବେ ବବି ଖାନ । ଏଠାରେ ଆମେ କହି ରଖୁଛୁ ଯେ ସଲମାନ ଖାନ ଙ୍କ ଭିଣୋଇ ଆୟୁଷ ଶର୍ମା ଫିଲ୍ମ ‘ଲବୟାତ୍ରୀ’ରୁ ନିଜର ବଲିଉଡ କ୍ୟାରିଅର ଆରମ୍ଭ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More