Only for Entertainment

‘କୁଲି ନମ୍ବର ୧’ର ରିମେକରେ ସାରା ଅଲ୍ଲୀ ଖାନଙ୍କ ଭଉଣୀ ଭୂମିକାରେ ନଜର ଆସିବେ ଜ୍ୟାକଲିନ !

bollywood tadka
36

ବଲିଉଡ ଅଭିନେତା ବରୁଣ ଧୱନ ଖୁବ ଶୀଘ୍ର ‘କୁଲି ନମ୍ବର ୧’ର ରିମେକରେ ନଜର ଆସିବେ । ନିକଟରେ ଫିଲ୍ମର ଏକ ପୋଷ୍ଟର ସାମ୍ନାକୁ ଆସିଥିଲା । ଏହି ଫିଲ୍ମରେ ଅଭିନେତା ବରୁଣ ଧୱନଙ୍କ ଅପୋଜିଟରେ ସାରା ଅଲ୍ଲୀ ଖାନ ନଜର ଆସିବେ । ଏବେ ଏହି ଫିଲ୍ମକୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି ।

ଖବର ଅନୁସାରେ ଏହି ଫିଲ୍ମରେ ଜ୍ୟାକଲିନ ଫର୍ଣ୍ଣାଡିଜ ସାରା ଅଲ୍ଲୀ ଖାନଙ୍କ ଭଉଣୀ ଭୂମିକାରେ ନଜର ଆସିପାରନ୍ତି । ମୁମ୍ବାଇ ମିରର ରିପୋର୍ଟ ଅନୁସାରେ, ଫିଲ୍ମରେ ଜ୍ୟାକଲିନ, ସାରାଙ୍କ ଭଉଣୀ ଭୂମିକାରେ ଅଭିନୟ କରିବା ପାଇଁ ଚାହାଁନ୍ତି । ଯଦି ଏହି ଖବର ସତ ହୁଏ ତେବେ ଜ୍ୟାକଲିନ ‘ଜୁଡୱା ୨’ ପରେ ପୁଣିଥରେ ବରୁଣ ଧୱନଙ୍କ ସହିତ ରୋମାନ୍ସ କରିବାର ନଜର ଆସିବେ ।

କୁଲି ନମ୍ବର ୧ରେ ଏହି ଭୂମିକାକୁ କଂଚନ କରିଥିଲେ । କଂଚନ ଏବଂ କରିଶ୍ମାଙ୍କ ପିତାଙ୍କ ଭୂମିକାରେ କାଦର ଖାନ ନଜର ଆସିଥିଲେ । ଫିଲ୍ମରେ କାଦର ଖାନ କଂଚନର ବିବାହ ଗୋବିନ୍ଦାଙ୍କ ସହ କରିବାକୁ ଚାହୁଁଥିଲେ । ରିପୋର୍ଟ ଅନୁସାରେ ରିମେକ ଭର୍ସନରେ କାଦର ଖାନଙ୍କ ଭୂମିକାରେ ପରେଶ ରାୱଲ ନଜର ଆସିବେ । ଫିଲ୍ମ ‘କୁଲି ନମ୍ବର ୧’ ୧୯୯୫ରେ ରିଲିଜ ହୋଇଥିଲା ଏହି ଫିଲ୍ମକୁ ଡେଭିଡ ଧୱନ ନିର୍ଦ୍ଦେଶନା ଦେଇଥିଲେ । ଏବେ ଏହାର ରିମେକ ଫିଲ୍ମକୁ ମଧ୍ୟ ସେ ନିର୍ଦ୍ଦେଶନା ଦେବେ । ଫିଲ୍ମ ଆଗାମୀ ବର୍ଷ ୧ ମଇରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More