Only for Entertainment

ଅଜୟ ଦେବଗନଙ୍କ ଅପକମିଂ ବାୟୋପିକ ଫିଲ୍ମରେ ଜାହ୍ନବୀ କପୁର ! ଏହି ଭୂମିକାରେ ଆସିବେ ନଜର

Times Now
22

ଫିଲ୍ମ ‘ଧଡକ’ ଜରିଆରେ ବଲିଉଡ ଡେବ୍ୟୁ କରିଥିବା ଜହ୍ନବୀ କପୁର ଏବେ ଖୁୂବ ଚର୍ଚ୍ଚାରେ । ଫିଲ୍ମ ଧଡକ ବକ୍ସ ଅଫିସରେ ହିଟ ହେବା ପରେ ତାଙ୍କ ପାଖରେ ଏବେ ଫିଲ୍ମର ଲମ୍ବା ଲାଇନ ଲାଗିଛି । ଜାହ୍ନବୀ ଏବେ ନିଜର ଆଗାମୀ ଫିଲ୍ମ ‘ଗୁଂଜନ ସକସେନା’ଙ୍କ ବାୟୋପିକ ଫିଲ୍ମରେ ବ୍ୟସ୍ତ ଅଛନ୍ତି । ଏହା ପରେ ସେ କରଣ ଜୋହରଙ୍କ ଫିଲ୍ମ ତଖ୍ତରେ ମଧ୍ୟ ନଜର ଆସିବେ । ଏହି ଦୁଇଟି ଫିଲ୍ମ ବ୍ୟତିତ ଜାହ୍ନବୀଙ୍କୁ ରାଜକୁମାର ରାଏଙ୍କ ସହିତ ‘ରୁହ-ଅଫଜା’ ପରି ହରର କମେଡି ଫିଲ୍ମରେ ମଧ୍ୟ ଦେଖିବାକୁ ମିଳିବ । ଏହି ଫିଲ୍ମରେ ଜାହ୍ନବୀ ଡବଲ ରୋଲରେ ନଜର ଆସିବେ ।

jahnbi

ତେବେ ଜାହ୍ନବୀଙ୍କ ଆଗାମୀ ଫିଲ୍ମକୁ ନେଇ ଏବେ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି । ଖବର ଅନୁସାରେ ଏହି ୩ଟି ଫିଲ୍ମ ବ୍ୟତିତ ଜାହ୍ନବୀ କପୁରଙ୍କ ପାଖରେ ଅଜୟ ଦେବଗନଙ୍କ ବାୟୋପିକ ଫିଲ୍ମରେ କାମ କରିବାର ସୁଯୋଗ ରହିଛି । ଆପଣ ଜାଣିଥିବେ ଯେ, ଅଜୟ ଦେବଗନ ଜାହ୍ନବୀଙ୍କ ପିତା ବୋନି କପୁରଙ୍କ ସହିତ ‘ସୈୟଦ ଅବ୍ଦୁଲ ରହିମ’ଙ୍କ ବାୟୋପିକରେ କାମ କରୁଛନ୍ତି ।

ଖବର ଅନୁସାରେ ବୋନି କପୁରଙ୍କ ଇଚ୍ଛା ଅଜୟ ଦେବଗନଙ୍କ ଆଗାମୀ ବାୟୋପିକ ଫିଲ୍ମରେ ଜାହ୍ନବୀ କ୍ୟାମିୟୋ ଭାବେ ନଜର ଆସନ୍ତୁ । ବୋନି କପୁରଙ୍କ କହିବା ଅନୁସାରେ ଫିଲ୍ମର ଏକ ଚରିତ୍ର ଜାହ୍ନବୀଙ୍କ ପାଇଁ ଏକଦମ ପରଫେକ୍ଟ । କିନ୍ତୁ ଏପର୍ଯ୍ୟନ୍ତ ଏହି ଖବର ଉପରେ କିଛି ମୋହର ଲାଗି ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More