Only for Entertainment

ଅମିତାଭଙ୍କ ଏହି ଫିଲ୍ମର ଚରିତ୍ରକୁ କେବେ ମଧ୍ୟ ପସନ୍ଦ କରନ୍ତି ନାହିଁ ଜୟା ।

indianexpress.com
0 41

ଜଂଜିର,ସିଲସିଲା,ଅଭିମାନ,ମିଲି ଏବଂ ସୋଲେ ଭଳି ହିଟ ଫିଲ୍ମ ଦେଇଥିବା ଜୟାଙ୍କର ଆଜି ହେଉଛି ଜନ୍ମଦିନ । ଜୟା ଏବେ ଫିଲ୍ମରେ ନଜର ଆସୁନାହାଁନ୍ତି,କାରଣ ତାଙ୍କର ଅଧିକ ସମୟ ରାଜନୀତୀରେ ବିତୁଛି । କିନ୍ତୁ ତାଙ୍କୁ ରୂପେଲି ପରଦାରେ ଦେଖିବା ପାଇଁ ତାଙ୍କ ଦର୍ଶକ ଆଜି ମଧ୍ୟ ଅପେକ୍ଷା କରିଛନ୍ତି ।

ଜୟା ୧୯୬୩ରେ ୧୫ ବର୍ଷ ବୟସରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ୧୯୮୮ରେ ରିଲିଜ ହୋଇଥିବା ଫିଲ୍ମର କାହାଣୀ ମଧ୍ୟ ଜୟା ଲେଖିଥିଲେ । ସେ ଫିଲ୍ମ ଆଣ୍ଡ ଟିଭି ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରୁ ଗୋଲ୍ଡ ମେଡାଲ ମଧ୍ୟ ପାଇଥିଲେ । ୧୯୯୫ରେ ସେ ମରାଠୀ ଫିଲ୍ମ ଅକାଁରେ ନଜର ଆସିଥିଲେ ।

୧୯୭୨ରେ ଜୟା ଅମିତାଭଙ୍କ ସହିତ ଫିଲ୍ମ ବଂଶୀ ବିରଜୁରେ ନଜର ଆସିଥିଲେ । ୧୯୭୩ରେ ଦୁଇଜଣ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ପରେ ଅମିତାଭ ଏବଂ ରେଖାଙ୍କ ନେଇ ଦୁଇଜଣଙ୍କ ସଂପର୍କରେ ତିକ୍ତତା ଆସିଥିଲେ ମଧ୍ୟ ପରେ ସେସବୁ ଠିକ ହୋଇ ଯାଇଥିଲା । ଏକ ଇଂଟରଭ୍ୟୁରେ ସେ କହିଛନ୍ତିଯେ ଅଭିତାଭଙ୍କ ପ୍ରତ୍ୟେକଟି ଫିଲ୍ମ ତାଙ୍କୁ ଭଲ ଲାଗେ । କିନ୍ତୁ ଫିଲ୍ମ ଆଳାପରେ ଅମିତାଭଙ୍କ ଚରିତ୍ରକୁ ସେ କେବେ ମଧ୍ୟ ପସନ୍ଦ କରନ୍ତି ନାହିଁ,ଏହି ଚରିତ୍ର ସେ ନିଜେ ପସନ୍ଦ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More