Only for Entertainment

ସଲମାନ ଖାନ ଫ୍ୟାନ କ୍ଲବର ଦାବି, ଏଲିୟନ କପି କରିଛି ଭାଇଜାନଙ୍କ ଡ୍ୟାନ୍ସ, ଦେଖନ୍ତୁ ଭିଡିଓ

instagram
0 148

ବର୍ତ୍ତମାନ ବଲିଉଡ ସେଲିବ୍ରିଟି ଏଲିୟନ ଡ୍ୟାନ୍ସ କରୁଥିବା ନଜର ଆସୁଛନ୍ତି । ସୋସିଆଲ ମିଡିଆରେ ଏଲିୟନ ଡ୍ୟାନ୍ସ ଖୁବ ଭାଇରାଲ ହେବାରେ ମଧ୍ୟ ଲାଗିଛି । ‘ଡେମେ ଟୁ କୋସିତା’ ଗୀତରେ ଡ୍ୟାନ୍ସ ଚ୍ୟାଲେଞ୍ଜ ନେଇ ଅନେକ ସେଲିବ୍ରିଟି ଅଲିୟନ ଡ୍ୟାନ୍ସ କରୁଥିବା ଦେଖିବାକୁ ମଳିଛି । ୟାମୀ ଗୌତମ, ଦିବ୍ୟଙ୍କା ତ୍ରିପାଠୀ, ସାହିଦ କପୁର, ଏବଂ କ୍ରିକେଟର ରୋହିତ ଶର୍ମାଙ୍କୁ ଏଲିୟନ ଡ୍ୟାନ୍ସ କରୁଥିବାର ଦେଖବାକୁ ମିଳିଛି । ଏବଂ ଏହି ସେଲିବ୍ରିଟିମାନେ ଏଲିୟନ ଡ୍ୟାନ୍ସକୁ ଖୁବ ଭଲଭାବେ କପି କରୁଥିବା ମଧ୍ୟ ନଜର ଆସିଛି । କିନ୍ତୁ ସଲମାନ ଖାନ ଫ୍ୟାନ କ୍ଲବ ଏହି ଅଲିୟନ ଡ୍ୟାନ୍ସକୁ ନେଇ କିଛି ଭିନ୍ନ ଦାବି ରଖିଛନ୍ତି ।

ସଲମାନ ଖାନ ଫ୍ୟାନ କ୍ଲବ ଅନୁସାରେ ଏଲିୟନ ଭାଇଙ୍କ ଡ୍ୟାନ୍ସକୁ କପି କରିଛି । କେବଳ ଏହା ଦାବି କରିନାହାଁନ୍ତି ଏହାକୁ ପ୍ରମାଣିତ କରିବା ପାଇଁ ସେମାନେ ଇନଷ୍ଟାଗ୍ରାମରେ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଯାହାକୁ ଦେଖିଲେ ଆପଣଙ୍କ ମୁଁହରେ ମଧ୍ୟ ହସ ଛୁଟି ଆସିବ ।

Watch #DameTuCosita ft. #SalmanKhan ?

A post shared by Salman Khan (@salmankhanfanclub) on

ଏହି ଭିଡିଓରେ ସଲମାନଙ୍କର କିଛି ଡ୍ୟାନ୍ସ କ୍ଲିପସକୁ ବ୍ୟବହାର କରାଯାଇଛି ଏବଂ ଏହା ଏଲିୟନ ଡ୍ୟାନ୍ସ ଷ୍ଟେପ ସହିତ ମେଳ ଖାଉଛି । ଏହି ଭିଡିଓକୁ ଦେଖିଲେ ଲାଗୁଛି ଯେପରି ଭାଇଜାନ ଏଲିୟନର ସମସ୍ତ ଷ୍ଟେପକୁ ପୂର୍ବରୁ କରିସାରିଛନ୍ତି । ଫ୍ୟାନ କ୍ଲବ ଦ୍ୱାରା ସେୟାର କରାଯାଇଥବା ଏହି ମଜାଦାର ଭିଡିଓକୁ ଲୋକେ ଖୁବ ପସନ୍ଦ କରିଛନ୍ତି ଏହାକୁ ବର୍ତ୍ତମାନ ପର୍ଯ୍ୟନ୍ତ ୧,୨୦,୨୩୩ରୁ ଅଧିକ ଭ୍ୟୁଜ ମିଳିସାରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More