ହଲିଉଡ ଫିଲ୍ମ ‘ଦ କିସିଂ ବୁଥ‘ ଏବଂ ‘ଦ କନଜ୍ୟୁରିଂ’ ଭଳି ଫିଲ୍ମରେ ନଜର ଆସିଥିବା ଆମେରିକାନ ଅଭିନେତ୍ରୀ ନିକଟରେ ଖୁବ ଚର୍ଚ୍ଚାରେ ରହିଛନ୍ତି । ତେବେ ସେ ନିକଟରେ ବିମାନ ଯାତ୍ରା କରିବା ସମୟରେ ଭେଦଭାବର ପରିସ୍ଥିତି ସାମ୍ନା କରିଛନ୍ତି । ଏକ ଇଂରାଜୀ ୱେବସାଇଟ ଖବର ମୁତାବକ ନିକଟରେ ଜୋଇ କିଂ ଏକ ଫିଲ୍ମ ପାଇଁ ଲଣ୍ଡା ହୋଇଛନ୍ତି ।
ଏହାମଧ୍ୟରେ ଜୋଇ କିଂ ଏକ ବିମାନ ଯାତ୍ରା ପାଇଁ ବାହାରିଥିଲେ । ଜୋଇଙ୍କୁ ଲଣ୍ଡା ଦେଖି ତାଙ୍କ ପାଖ ସିଟରେ ବସି ଥିବା ଯାତ୍ରୀ ଭାବିଲେ ଯେ ଜୋଇ କ୍ୟାନସର ପୀଡିତ ଅଛନ୍ତି । ଏହିକାରଣରୁ ସେ ଯଦି ତାଙ୍କ ପାଖରେ ବସିବେ ତାଙ୍କୁ ମଧ୍ୟ କ୍ୟାନସର ଭଳି କାଳେ ସମସ୍ୟା ଭୋଗିବାକୁ ପଡିପାରେ । ଏହିବିଷୟକୁ ୧୯ବର୍ଷୀୟ ଜୋଇ ସୋସିଆଲ ମିଡିଆରେ ଶେୟାର କରି ଜଣାଇଛନ୍ତି ।
ଜୋଇ ଟ୍ୱିଟରରେ ଶେୟାର କରିଛନ୍ତି ଯେ ତାଙ୍କ ପାଖରେ ଯେଉଁ ବ୍ୟକ୍ତି ବସିଥିଲେ ସେ ତାଙ୍କ ଆଡକୁ ବୁଲିଲେ ଏବଂ ଫଟୋ ଉଠାଇ ବ୍ୟକ୍ତ ଜଣକ ତାଙ୍କ ସ୍ତ୍ରୀ ପାଖକୁ ପଠାଇଥିଲେ । ବ୍ୟକ୍ତି ଜଣକ ତାଙ୍କ ସ୍ତ୍ରୀ ଙ୍କୁ କହିଥିଲେ ଯେ ତାଙ୍କ ପାଖରେ ଯେଉଁ ଝିଅ ବସିଛି ସେ କ୍ୟାନସର ପୀଡିତ ତେବେ ତାଙ୍କୁ ମଧ୍ୟ ଡର ଅଛି ଯେ ସେ ବି କ୍ୟାନସରରେ ପୀଡିତ ହୋଇଯିବେ । ଏହାଲେଖି ଜୋଇ ଲେଖିଛନ୍ତି ଯେ ଲୋକମାନେ ଏତେ ବୋକା କିପରି ହୋଇଯାଆନ୍ତି ।
Y’all I’m on a plane & this man next to me literally turned to me with his phone in my face & took a photo of me as if I wouldn’t notice & texted his wife that he’s sitting next to a girl who has cancer (just cuz I’m bald) & that hes scared to “catch it”…Y R PPL STUPID SUMTIMES
— Joey King (@JoeyKing) November 18, 2018
ନିକଟରେ ଅଭିନେତ୍ରୀ ଜଣକ ଖୁଲାସା କରିଛନ୍ତି ଯେ ସେ ଆଗାମୀ ଫିଲ୍ମରେ ଜେପ୍ସୀ ରୋଜ ବ୍ଲେଚର୍ଡ ଭୂମିକାେରେ ନଜର ଆସିବେ, ଯିଏ ନିର୍ମମ ଭାବେ ନିଜ ମା’ର ହତ୍ୟା କରିଥିବ । ଏହାସହ ଏକ ଫେମସ ମାଗାଜିନର ଡିସେମ୍ବର ଏଡିଶନ କଭର ଗର୍ଲ ମଧ୍ୟ ଅଛନ୍ତି ।