Only for Entertainment

ଖୋଲା ଜିପରେ ଜନଙ୍କ ସହ ନଜର ଆସିଲେ ଏହି ଅଭିନେତ୍ରୀ, ଭିଡିଓ ହେଲା ଭାଇରାଲ ।

khabarNDTV
0 71

ବଲିଉଡ ଅଭିନେତା ଜନ ଆବ୍ରାହମଙ୍କ ଆଗାମୀ ଫିଲ୍ମ ‘ପରମାଣୁ’କୁ ନେଇ ଲୋକଙ୍କ ମନରେ ଉତ୍ସାହ ବୃଦ୍ଧି ହେବାରେ ଲାଗିଛି । ନିଜର ବିନ୍ଦାସ ଅନ୍ଦାଜ ପାଇଁ ପରିଚିତ ଜନ ଫିଲ୍ମ ରିଲିଜ ହେବା ପୂର୍ବରୁ ନୂଆ ଲୁକରେ ନଜର ଆସିଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଦିଲ୍ଲୀର ରାସ୍ତାରେ ବୁଲୁଥିବାର ନଜର ଆସିଛନ୍ତି । ଜନଙ୍କର ଏଭଳି ଅନ୍ଦାଜ ଦେଖିବା ଲାଗି ପ୍ରଶଂସକଙ୍କ ମଧ୍ୟରେ ଭିଡ ଲାଗିରହିଥିଲା ଏବଂ ଦର୍ଶକମାନେ ଗାଡି ପଛରେ ଦୌଡିବାକୁ ଆରମ୍ଭ କରିଥିଲେ । ମାତ୍ର ସବୁଠାରୁ ସସପେନ୍ସ କଥା ହେଉଛି ତାଙ୍କ ସହ କେଉଁ ଅଭିନେତ୍ରୀ ଗାଡିରେ ଥିଲେ । ପ୍ରଶଂସକ ଜନଙ୍କ ନାଁ ପାଟି ଖୋଲି ଡାକିବା ପରେ ଗାଡିରେ ବସିଥିବା ଅଭିନେତ୍ରୀ ପଛକୁ ବୁଲି ଦେଖିଥିଲେ ।

#johnabraham #dianapenty snapped in a open Jeep today

A post shared by Viral Bhayani (@viralbhayani) on

ଜନଙ୍କ ସହ ଅଭିନେତ୍ରୀ ଡାଏନା ପେଣ୍ଟୋ ଜିପରେ ବସିଥିଲେ । ଏଠାରେ ଆମେ କହି ରଖୁଛୁ ଯେ ଦିଲ୍ଲୀରେ ଫିଲ୍ମ ପ୍ରମୋସନ ପାଇଁ ଦୁହେଁ ‘ପରମାଣୁ ପ୍ରାଇଡ ପରେଡ’ କରିଥିଲେ । ଦିଲ୍ଲୀର ସବୁଠାରୁ ପ୍ରମୁଖ କନଟ ପ୍ଲେସରେ ଦୁହେଁ ଖୋଲାଖୋଲି ଭାବେ ଜିପରେ ବୁଲିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More