Only for Entertainment

ଅଜୟ ଦେବଗନଙ୍କ ‘ଭୁଜ’ ସହ ଟକ୍କର ଦେବ ଜନ ଅବ୍ରାହାମଙ୍କ ‘ସତ୍ୟମେବ ଜୟତେ୨’ ?

39

ଜନ ଅବ୍ରାହାମଙ୍କ ଫିଲ୍ମ ‘ସତ୍ୟମେବ ଜୟତେ’ ପୂର୍ବ ବର୍ଷ ସ୍ୱାତନ୍ତ୍ରତା ଦିବସରେ ରିଲିଜ ହୋଇଥିଲା ଏବଂ ଫିଲ୍ମ ବକ୍ସଅଫିସରେ ଖୁବ ଭଲ ବ୍ୟବସାୟ କରିଥିଲା । ସେହିଭଳି ଚଳିତ ବର୍ଷ ଜନ ଅବ୍ରାହାମଙ୍କ ଫିଲ୍ମ ‘ବାଟଲା ହାଉସ’ ରିଲିଜ ହେବାକୁ ଯାଉଛି । ଏଭଳି ଶୁଣିବାକୁ ମିଳିଛି ଯେ ଆସନ୍ତା ବର୍ଷ ମଧ୍ୟ ନ୍ୟାସନାଲ ହଲିଡେକୁ ଧ୍ୟାନରେ ରଖି ଜନ ଅବ୍ରାହାମଙ୍କ ‘ସତ୍ୟମେବ ଜୟତେ୨’ ରିଲିଜ କରାଯିବ ।

ପ୍ରୋଜେକ୍ଟ ସହ ଜଡିତ ଏକ ସୂତ୍ରରୁ ପ୍ରକାଶ ଯେ ଫିଲ୍ମମେକର୍ସ ୨୦୨୦ର ୧୪ଅଗଷ୍ଟରେ ଫିଲ୍ମ ରିଲିଜ କରିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ଚଳିତ ବର୍ଷ ଫିଲ୍ମ ଟିମ ନଭେମ୍ବରରେ କାମ ଆରମ୍ଭ କରିବେ ।

ଯଦି ୨୦୨୦ , ୧୪ଅଗଷ୍ଟରେ ‘ସତ୍ୟମେବ ଜୟତେ୨’ରିଲିଜ ହେବ, ତେବେ ଏହା ଅଜୟ ଦେବଗନ ଏବଂ ସଂଜୟ ଦତ୍ତ ଷ୍ଟାରର ଫିଲ୍ମ ‘ଭୁଜ: ଦ ପ୍ରାଇଡ ଅଫ ଇଣ୍ଡିଆ’ ସହ ଟକ୍କର ଦେବ । ଏଥର ଫିଲ୍ମରେ ସୋନାକ୍ଷୀ ସିହ୍ନା, ପରିଣିତି ଚୋପ୍ରା, ରାଣା ଡଗୁବତୀ, ଏମି ବିର୍କ ମଧ୍ୟ ନଜର ଆସିବେ ।

ସେହିଭଳି ଜନ ଏହି ଫିଲ୍ମ ବ୍ୟତୀତ ‘ଅଟାକ୍’ ଏବଂ ସଂଜୟ ଗୁପ୍ତାଙ୍କ ‘ମୁମ୍ବାଇ ସାଗା’ରେ ମଧ୍ୟ ନଜର ଆସିବେ । ଏହି ଫିଲ୍ମରେ ଇମରାନ ହାଶମୀ, ସୁନୀଲ ସେଟ୍ଟୀ ଏବଂ ଜ୍ୟାକି ଶ୍ରଫ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More