Only for Entertainment

ଏବେ ରୋମାଣ୍ଟିକ ଫିଲ୍ମରେ କାମ କରିବାକୁ ଚାହୁଁଛନ୍ତି ଜନ ଆବ୍ରାହମ ! ଜାଣନ୍ତୁ ଏହାର କାରଣ

dna
35

ବଲିଉଡ ଅଭିନେତା ଜନ ଆବ୍ରାହମ ଏବେ ନିଜର ଫିଲ୍ମ ‘ର’ ପାଇଁ ଚର୍ଚ୍ଚାରେ ରହିଛସନ୍ତି । ଫିଲ୍ମ ୫ ଏପ୍ରିଲରେ ରିଲିଜ ହୋଇସାରିଥିବା ବେଳେ ଫିଲ୍ମକୁ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମିଳିଛି । ବଲିଉଡକୁ ଅନେକ ଆକ୍ସନ ଫିଲ୍ମ ଦେଇଥିବା ଜନ ଏବେ ରୋମାଣ୍ଟିକ ଫିଲ୍ମରେ କାମ କରିବାକୁ ଚାହାଁନ୍ତି । ଫିଲ୍ମ ଇଣ୍ଡଷ୍ଟ୍ରୀରେ ଜନଙ୍କ ଛବି ଆକ୍ସନ ଷ୍ଟାର ଭାବରେ ରହିଛି । ଜନଙ୍କ ଅନୁସାରେ ତାଙ୍କୁ ସବୁବେଳେ ପୁରୁଷଙ୍କ ସହିତ ହିଁ ଲଭ ଷ୍ଟୋରୀ ମିଳିଥିଏ । କିନ୍ତୁ ଏବେ ସେ ରୋମାଣ୍ଟିକ ଫିଲ୍ମ କରିବାକୁ ଚାହାଁନ୍ତି ଯେଉଁଥିରେ ମହିଳା ଚରିତ୍ର ଲିଡରେ ଥିବ । ଜନ କହିଛନ୍ତି ଏହା ଖୁବ ହସର ବିଷୟରେ ଯେତେବେଳେ ବି ମୋତେ ଲଭ ଷ୍ଟୋରୀ ମିଳିଛି ସେଥିରେ ଆକ୍ଟର୍ସଙ୍କ ସହିତ ମୋ ଟ୍ୟୁନିଂ ହିରୋଇନଙ୍କ ଠାରୁ ଭଲ ରୁହେ ।

john-abraham

ଏହା ବ୍ୟତିତ ଜନ କହିଛନ୍ତି, ୨୦୧୫ରେ ମୁଁ ଗରମ ମସଲା କରିଥିଲି । ସେହି ଫିଲ୍ମରେ ୩ ଜନ ହିରୋଇନ ଥାଇ ମଧ୍ୟ ମୋର ଏବଂ ଅକ୍ଷୟଙ୍କ ଯୋଡିକୁ ଦର୍ଶକ ବେଶୀ ପସନ୍ଦ କରିଥିଲେ । ଏହା ସହିତ ଦୋସ୍ତାନାରେ ଅଭିଷେକଙ୍କ ସହିତ ମୋ ଯୋଡିକୁ ବି ଲୋକେ ପସନ୍ଦ କଲେ । ଏହା ପରେ ଫିଲ୍ମ ଢିସୁମରେ ବରୁଣଙ୍କ ସହି ମୋ ଯୋଡିକୁ ବେଶ ପ୍ରଶଂସା ମିଳିଲା । ଏବେ ମୁଁ ଏପରି ଏକ ଫିଲ୍ମ କରିବାକୁ ଚାହୁଁଛି ଯେଉଁଥିରେ ମୋ ଅପୋଜିଟରେ ଜମେ ଅଭିନେତ୍ରୀ ରହିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More