Only for Entertainment

ରୋମାଂଚକାରୀ ଭିଜୁଆଲ ଟ୍ରିଟ ହେଉଛି ‘ଜୁରାସିକ ୱାର୍ଲଡ ଫଲେନ କିଙ୍ଗଡମ’ ।

aajtak
0 30

୧୯୯୩ରେ ଜୁରାସିକ ପାର୍କ ନାମକ ଫିଲ୍ମ ଆସିଥିଲା । ୨୦୧୫ରେ ପୁଣିଥରେ ଡାଇନୋସର ଉପରେ ଆଡଧାରି ଜୁରାସିକ ୱାର୍ଲଡ ନିର୍ମାଣ କରାଗଲା । ଯାହା ସମସ୍ତ ରେକର୍ଡ଼କ୍ୁ ଭାଙ୍ଗି ବ୍ଲକବଷ୍ଟର ଭାବେ ପ୍ରମାଣିତ ହେଲା । ଏବେ ତାହାକୁ ନେଇ ଅନ୍ୟ ଏକ ଥିମ ଜୁରାସିକ ୱାର୍ଲଡ ଫଲେନ କିଙ୍ଗଡମ’ ସାମ୍ନାକୁ ଆସିଛି ।

ଆପଣ ଜାଣନ୍ତିଯେ ପ୍ରଥମ ଜୁରାସିକ ୱାର୍ଲଡରେ କିଛି ଡାଇନୋସର ଦ୍ୱୀପରେ ଏକା ରହି ଯାଇଥିଲେ କିନ୍ତୁ ଏହିଥର ଫିଲ୍ମ କିଛି ବର୍ଷ ପରେ ଆରମ୍ଭ ହେଉଛି । ଯେଉଁଠାରେ ସମସ୍ତ ଡାଇନୋସର ଏକାଠି ଅଛନ୍ତି । କିନ୍ତୁ ତାହା ପାଶ୍ୱର୍ରେ ଏକ ଜ୍ୱଳାମୁଖୀ ରହିଛି, ଯାହା ଦ୍ୱାରା ସମସ୍ତଙ୍କ ଜୀବନ ବିପଦରେ ରହିଛି । ଏମାନଙ୍କୁ ବଂଚାଇବାକୁ ନେଇ ଆମେରିକା ସରକାର କୌଣସି ମତ ଦେଇ ପାରୁ ନାହାଁନ୍ତି । ଏହି ମଧ୍ୟରେ ଓଭନ ଏବଂ କ୍ଲେୟର ଏହି ଦ୍ୱୀପକୁ ଯାଇ ସେମାନଙ୍କୁ ବଂଚାଇବାର ପ୍ରସ୍ତୁତି କରୁଛନ୍ତି । ଏହାପରେ ଜଣେ ବଡ଼ ଲୋକ ଏହାକୁ ସ୍ପନ୍ସର କରୁଛି କିନ୍ତୁ ତାହାର ଲକ୍ଷ୍ୟ କିଛି ଭିନ୍ନ ରହିଛି । ଯାହା ପରେ ଟ୍ୱିଷ୍ଟ ଏବଂ ଟର୍ନ ଆସୁଛି । ତେବେ ଡାଇନୋସରଙ୍କୁ ବଂଚା ଯାଇ ପାରିବ ନାହିଁ ତାହା ଆପଣ ଫିଲ୍ମ ଦେଖିଲେ ଜାଣିପାରିବେ ।

ଫିଲ୍ମା କାହାଣୀ ତ ଟ୍ରେଲରରେ କୁହାଯାଇଛି । କିନ୍ତୁ ନିର୍ଦ୍ଦେଶକ ଏହାକୁ ଯେଭଳି ଦର୍ଶାଇଛନ୍ତି ତାହା ନିହାତି ଭାବରେ ପଶଂସାର ହକଦାର । ଫିଲ୍ମରେ କ୍ୟାମେରା କାମ,ଲୋକେସନ,ବିଏଫଏକ୍ସ ଏବଂ କାହାଣୀ ଶୁଣାଇବାର ଢଙ୍ଗ ଖୁବ ରୋମାଂଚକର । ଏହା ବ୍ୟତୀତ ଅନ୍ୟ କେତେକ କାରଣରୁ ମଧ୍ୟ ଏହି ଫିଲ୍ମ ଇମୋଶନାଲ କରିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More