Only for Entertainment

ରିଲିଜ ହେଲା ‘କବିର ସିଂ’ର ଆଉ ଏକ ନୂଆ ଗୀତ, କିଆରାଙ୍କ ପାଇଁ ଦୁନିଆ ସହିତ ଲଢୁଥିବାର ନଜର ଆସିଲେ ସାହିଦ

DNA India
31

ବଲିଉଡ ଅଭିନେତା ସାହିଦ କପୁର ଏବଂ ଅଭିନେତ୍ରୀ କିଆରା ଆଡଭାଣୀଙ୍କ ଆଗାମୀ ଫିଲ୍ମ ‘କବିର ସିଂ’ର ଆଉ ଏକ ନୂଆ ଗୀତ ରିଲିଜ ହୋଇସାରିଛି । ଫିଲ୍ମର ଏହି ନୂଆ ଗୀତର ଟାଇଟଲ ରହିଛି ‘ତେରା ବନ ଜାଉଙ୍ଗା’ । କବିର ନିଜ ଗର୍ଲଫ୍ରେଣ୍ଡ ପ୍ରିତିକୁ କେତେ ଭଲ ପାଆନ୍ତି ତାହା ଏହି ଗୀତରେ ଦେଖିବାକୁ ମିଳିଛି । ଏପରି କି ପ୍ରିତି ପାଇଁ ସାହିଦ କିପରି ପୁରା ଦୁନିଆ ସହିତ ଲଢୁଛନ୍ତି ତାହା ମଧ୍ୟ ଗୀତରେ ଦର୍ଶା ଯାଇଛି ।

ଏହି ଗୀତରେ ତୁଲସୀ କୁମାର ଏବଂ ଅଖିଲ ସଚଦେବାଙ୍କ ଆକର୍ଷଣୀୟ ଭଏସ ଶୁଣିବାକୁ ମିଳିଛି । ଫ୍ୟାନ୍ସ ଗୀତକୁ ପସନ୍ଦ କରୁଥିବା ବେଳେ ମାତ୍ର ୧୯ ଘଣ୍ଟାରେ ଗୀକୁ ୬ ମିଲିୟନ ଠାରୁ ଅଧିକ ଭ୍ୟୁଜ ମିଳିସାରିଛି ।

ଏହା ପୂର୍ବରୁ ଫିଲ୍ମର ଟ୍ରେଲର ଏବଂ ଗୀତ ରିଲିଜ ହୋଇଛି ଯାହାକୁ ଫ୍ୟାନ୍ସ ଖୁବ ପସନ୍ଦ କରିଛନ୍ତି । ଫିଲ୍ମବ ୨୧ ଜୁନରେ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More