Only for Entertainment

ଡେଙ୍ଗୁ ସାଜିଲା ବାଧକ, ଟଳିଲା ‘ହେଲିକାପ୍ଟର ଇଲା’ର ରିଲିଜ ଡେଟ ।

bollywood tadka
0 60

ବଲିଉଡ ଅଭିନେତ୍ରୀ କାଜୋଲଙ୍କ ଫିଲ୍ମ ହେଲିକାପ୍ଟର ଇଲାର ରିଲିଜ ଡେଟକୁ ଆଗକୁ ବଢାଇ ଦିଆଯାଇଛି । ଫିଲ୍ମ ଏବେ ୧୨ ଅକ୍ଟୋବରରେ ରିଲିଜ ହେବ ।
ଖବର ଅନୁସାରେ ଫିଲ୍ମର ନିର୍ଦ୍ଦେଶକ ପ୍ରଦୀପ ସରକାର ଡେଙ୍ଗୁର ଶିକାର ହୋଇ ଦସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପ୍ରଦୀପ ହସ୍ପିଟଲରେ ଭର୍ତ୍ତି ହେବା ପରେ ଫିଲ୍ମର ପୋଷ୍ଟ ପ୍ରଡକ୍ସନ କାମ ବାକି ରହିଛି । ଏପରି ସ୍ଥିତିରେ ଫିଲ୍ମ ନିର୍ମାତା ଅଜୟ ଦେବଗନ ପ୍ରଦୀପଙ୍କ ଅନୁପସ୍ଥିତିରେ କାମ ପୁରା କରିବା ପାଇଁ ଚାହୁଁନାହାନ୍ତି । ଖାସ ସେଥିପାଇଁ ନିର୍ମାତା ଫିଲ୍ମର ରିଲିଜ ଡେଟକୁ ଆଗକୁ ବଢାଇ ଦିଆଯାଇଛି ।

12_29_219185810sds-ll

ଅଜୟ ଚାହୁଁଛନ୍ତି ପ୍ରଦୀପ ଠିକ ହୋଇ ନିଜେ ଫିଲ୍ମର ପୋଷ୍ଟ ପ୍ରଡକ୍ସନ କାମ ମନିଟର କରନ୍ତୁ । ଫିଲ୍ମ ବିଷୟରେ କହିବାକୁ ଗଲେ ଫିଲ୍ମ ଏକ ମର୍ଡନ ମା’ ଏବଂ ପୁଅ ଉପରେ ଆଧାରିତ । ଫିଲ୍ମରେ କାଜୋଲଙ୍କ ପୁଅ ଚରିତ୍ରରେ ରାଷ୍ଟ୍ରୀୟ ପୁରସ୍କାର ଅଭିନେତା ରିଦ୍ଧି ସେନ ନଜର ଆସିଛନ୍ତି । ଫିଲ୍ମର ଟ୍ରେଲର ନିକଟରେ ରିଲିଜ ହୋଇଥିଲା ଏବଂ ଏହା ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More