Only for Entertainment

ଫିଲ୍ମ ‘କଳଙ୍କ’ରେ ମୁଜରା କରିବେ ଧକ୍‍ ଧକ୍‍ ଗର୍ଲ ।

Urban Asian
0 37

ଅଭିନୟ ସାଙ୍ଗକୁ ଆକର୍ଷଣୀୟ ନୃତ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ବଲିଉଡ ଅଭିନେତ୍ରୀ ମାଧୁରୀ ଦିକ୍ଷିତ । ‘ତେଜାବ’ ଫିଲ୍ମର ଏକ ଦୋ ତିନ କୁହନ୍ତୁ କି ‘ବେଟା’ ଫିଲ୍ମରେ ଧକ ଧକ କରନେ ଲଗା ସବୁଠି ନୃତ୍ୟ ପାଇଁ ସେ ଭୂରୀ ଭୂରୀ ପ୍ରଶଂସା ସାଉଁଟିଛନ୍ତ । ତେବେ ଏ ସବୁ ହିଟ୍ ଗୀତର କୋରିଓଗ୍ରାଫର ସରୋଜ ଖାନଙ୍କ ସହ ଫିଲ୍ମ ‘କଳଙ୍କ’ର ଏକ ନୂଆ ଗୀତ ସୁଟିଂ କରିବାକୁ ଯାଉଛନ୍ତି ମାଧୁରୀ । ଫିଲ୍ମ ‘ୟେ ଜବାନୀ ହେ ଦିୱାନୀ’ ରେ ଏକ ଆଇଟମ ଗୀତରେ ନାଚି ଦର୍ଶକଙ୍କ ମନକୁ କିଣି ପାରିଥିଲେ । ଏବେ ପୁଣି ସେ ଅଭିଷେକ ବର୍ମନଙ୍କ ଫିଲ୍ମ ‘କଳଙ୍କ’ର ଏକ ଗୀତରେ ମୁଜରା କରିବେ ବୋଲି ଜଣାପଡିଛି । ଏହି ଗୀତକୁ କୋରିଓଗ୍ରାଫି କରିବେ ସରୋଜ ଖାନ ।

madhuri_4

ପୂର୍ବରୁ ସରୋଜଙ୍କ ସହ ମାଧୁରୀ କାମ କରି ସଫଳତା ପାଇସାରିଛନ୍ତି । ଏହା ସହ ଏହି ନୂଆ ଗୀତ ପାଇଁ ସରୋଜ ଖାନଙ୍କୁ ସାହାଯ୍ୟ କରିବା ପାଇଁ ରାଜି ହୋଇଛନ୍ତି ରେମୋ ଡିସୁଜା । ଏହି ଗୀତ ପାଇଁ ଚାରି ଦିନ ହେବ ରେମୋ, ମାଧୁରୀ ଓ ସରୋଜ ଅଭ୍ୟାସ କରୁଥିବା କଥା ଜଣାପଡିଛି । ସେପ୍ଟେମ୍ବର ୬ କି ୭ରେ ଏହି ଗୀତର ସୁଟିଂ କରିବାକୁ ନିଷ୍ପତି ନେଇଛନ୍ତି ସରୋଜ । ଫିଲ୍ମ ‘କଳଙ୍କ’ରେ ଆଲିଆ ଭଟ୍ଟ, ବରୁଣ ଧାୱନ, ସଞ୍ଜୟ ଦତ୍ତ, ଆଦିତ୍ୟ ରୟ କପୁର, ସୋନାକ୍ଷୀ ସିନ୍ନା ପ୍ରମୁଖ ଅଭିନୟ କରୁଛନ୍ତି । ଫିଲ୍ମର ସୁଟିଂ ନଭେମ୍ବର ମାସରେ ଶେଷ ହେବାକୁ ଥିବାବେଳେ ଫିଲ୍ମ ଆସନ୍ତା ବର୍ଷରେ ରିଲିଜ ହେବ ବୋଲି ଜଣାପଡିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More