Only for Entertainment

‘ମେଣ୍ଟାଲ ହେ କ୍ୟା’ ସେଟରୁ ଲିକ ହେଲା କଙ୍ଗନାଙ୍କ ଲୁକ, ଭିନ୍ନ ଅନ୍ଦାଜରେ ଆସିଲେ ନଜର ।

zee news
0 41

ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଏବଂ ଅଭିନେତା ରାଜ କୁମାର ରାଓ ପ୍ରଥମ ଥର ପାଇଁ ଫିଲ୍ମ ‘କ୍ୱିନ’ରେ ନଜର ଆସିଥିଲେ । ଏବଂ ଏହି ଫିଲ୍ମ କଙ୍ଗନାଙ୍କୁ ବଲିଉଡର କ୍ୱିନ ବନାଇଥିଲା । ଏବେ ଏହି ଯୋଡି ପୁଣିଥରେ ଫିଲ୍ମ ‘ମେଣ୍ଟାଲ ହେ କ୍ୟା’ରେ ନଜର ଆସିବେ । ନିକଟରେ ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ ହୋଇଛି । ଏହା ସହିତ ଫିଲ୍ମର ପୋଷ୍ଟରରେ ଥିବା କଙ୍ଗନା ଏବଂ ରାଜ କୁମାରଙ୍କ ଲୁକ ଦର୍ଶକଙ୍କ ମନରେ ଆଗ୍ରହ ବଢାଇଦେଇଛି ।

kangana

ତେବେ ଫିଲ୍ମର ସୁଟିଂ ସେଟରୁ କଙ୍ଗନାଙ୍କ କିଛି ଫଟୋ ଲିକ ହୋଇଛି । ଏହି ଫଟୋରେ କଙ୍ଗନାଙ୍କୁ ଭିନ୍ନ ଭିନ୍ନ ଗେଟଅପରେ ଦେଖିବାକୁ ମିଳିଛି ।

kangana2

କଙ୍ଗନାଙ୍କ ଏହି ଅତରଙ୍ଗୀ ଗେଟଅପକୁ ଦେଖିଲେ ଆପଣ ମଧ୍ୟ ନିଶ୍ଚିତ କହିବେ ‘ମେଣ୍ଟାଲ ହେ କ୍ୟା’ । କଙ୍ଗନା କେଉଁଠି କେବଳ ସାର୍ଟ ପିନ୍ଧିଛନ୍ତି ତ କେଉଁଠି ଅଜବ ପ୍ରକାରର ସ୍କର୍ଟ ପିନ୍ଧିଥିବା ନଜର ଆସିଛନ୍ତି ।

kangana1

ଉଲ୍ଲେଖଯୋଗ୍ୟ ଯେ, କଙ୍ଗନା ନିଜର ଆଗାମୀ ଫିଲ୍ମ ‘ମଣିକର୍ଣ୍ଣିକା’ରେ ନଜର ଆସିବେ । ସେହିପରି ରାଜ କୁମାର ରାଓଙ୍କୁ ଫିଲ୍ମ ‘ସ୍ତ୍ରୀ’ରେ ନଜର ଆସିବେ । ଏହି ଫିଲ୍ମରେ ରାଜ କୁମାର ଶ୍ରଦ୍ଧା କପୁରଙ୍କ ସହିତ ନଜର ଆସିବେ । ନିକଟରେ ସେ ଏହାର ସୁଟିଂ ମଧ୍ୟ ଶେଷ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More