Only for Entertainment

ଦୀପିକାଙ୍କ ପରେ କଙ୍ଗନାଙ୍କ ପାଳି ! ‘ପଦ୍ମାବତ’ ପରେ ଏବେ ‘ମଣିକର୍ଣ୍ଣିକା’କୁ ନେଇ ଉଠିଲା ବିରୋଧର ସ୍ୱର

YouTube
0 48

ବଲିଉଡ ସିନେମା ‘ପଦ୍ମାବତ’କୁ ନେଇ ବିବାଦ ଛାଡିନଥିବା ବେଳେ ଝାନ୍ସି ରାଣୀ ଲକ୍ଷ୍ମୀବାଈଙ୍କ ଜୀବନ କାହାଣୀ ଉପରେ ଆଧାରିତ ସିନେମା ‘ମଣିକର୍ଣ୍ଣିକା’ ଉପରେ ଏବେ ବିରୋଧର ବାଦଲ ସୃଷ୍ଟି ହେବା ଆରମ୍ଭ ହେଲାଣି । ‘ପଦ୍ମାବତ’ ଭଳି ‘ମଣିକର୍ଣ୍ଣିକା’ ବିରୋଧରେ ମଧ୍ୟ ସମାନ ଅଭିଯୋଗ ଅଣାଯାଇଛି । ‘ମଣିକର୍ଣ୍ଣିକା’ରେ ଲକ୍ଷ୍ମୀଙ୍କ ରୋମାନ୍ସ ଦୃଶ୍ୟ ସୁଟିଂ କରାଯାଉଥିବା ଅଭିଯୋଗ ଆଣିଛି ରାଜସ୍ଥାନର ‘ସର୍ବ ବ୍ରାହ୍ମଣ ମହାସଭା’ । ସିନେମାକୁ ନାଟକୀୟ କରିବା ଲାଗି ନିର୍ଦ୍ଦେଶକ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀର ଜଣେ ଏଜେଂଟଙ୍କ ସହ ରାଣୀ ଲକ୍ଷ୍ମୀବାଈଙ୍କ ରୋମାନ୍ସ ଦୃଶ୍ୟ ଗଢିଛନ୍ତି ବୋଲି ଏହି ବ୍ରାହ୍ମଣ ସଂଘ ଅଭିଯୋଗ କରିଛି । ତେବେ, ସିନେମାରେ ସେଭଳି କିଛି ଦୃଶ୍ୟ ନଥିବା ନେଇ ଉଭୟ ନିର୍ମାତା ଏବଂ ନିର୍ଦ୍ଦେଶକ ଏକ ସତ୍ୟପାଠରେ ସ୍ପଷ୍ଟ କରନ୍ତୁ ବୋଲି ବ୍ରାହ୍ମଣ ମହାସଭାର ସଭାପତି ରାଜସ୍ଥାନ ରାଜ୍ୟପାଳ କଲ୍ୟାଣ ସିଂହଙ୍କୁ ସାକ୍ଷାତ କରି କହିଛନ୍ତି ।

Kangana-Ranaut-Deepika-Padukone-Padmavati-Manikarnika-Bollyworm

ଅନ୍ୟପକ୍ଷରେ ବ୍ରାହ୍ମଣ ସମାଜର ଏଭଳି ଦାବିକୁ ନିନ୍ଦା କରିଛନ୍ତି ଅଭିନେତ୍ରୀ କଙ୍ଗନା ରାଣାୱତ । ଲକ୍ଷ୍ମୀବାଈଙ୍କ ବିଷୟରେ କିଛି ଲୋକ ଏଭଳି ଚିନ୍ତା କରୁଥିବାରୁ ମର୍ମାହତ ହୋଇ ପଡିଥିବା କଙ୍ଗନା କହିଛନ୍ତି । ‘ମଣିକର୍ଣ୍ଣିକା’ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା କଙ୍ଗନା କହିଛନ୍ତି ଯେ, ଫିଲ୍ମରେ ସେଭଳି କିଛି ଦୃଶ୍ୟ ନାହିଁ । ଶସ୍ତା ଲୋକପ୍ରିୟତା ପାଇବା ପାଇଁ କିଛି ଲୋକଙ୍କ ଏହା ଏକ ପ୍ରୟାସ । ରାଣୀ ଲକ୍ଷ୍ମୀବାଈଙ୍କ ବିରୋଧରେ ଏଭଳି ତଥ୍ୟ ପ୍ରଚାର କରି ସେମାନେ ଭାରତର ବୀରାଙ୍ଗନାଙ୍କ ପ୍ରତି ଅପମାନ ପ୍ରଦର୍ଶନ କରିଛନ୍ତି । ଲକ୍ଷ୍ମୀବାଈଙ୍କ ବିଷୟେରେ କିଛି ଲୋକ ଏଭଳି ଚିନ୍ତା କରିବା ଅତ୍ୟନ୍ତ ନୀଚ ପ୍ରସଙ୍ଗ । ସେମାନେ ଯାହା ଅଭିଯୋଗ ଆଣିଛନ୍ତି ସେ ବିଷୟରେ ଆମେ କେବେ ଚିନ୍ତା ମଧ୍ୟ କରିନାହୁଁ ବୋଲି କଙ୍ଗନା ପ୍ରକାଶ କରିଛନ୍ତି । ଫିଲ୍ମରେ ସେଭଳି କିଛି ଦୃଶ୍ୟ ନାହିଁ ବୋଲି କହାଣୀ ଲେଖକ, ପ୍ରଯୋଜକ ମଧ୍ୟ ସ୍ପଷ୍ଟ କରିଛନ୍ତି । ଫିଲ୍ମରେ ଝାନ୍ସି ରାଣୀଙ୍କ ଚରିତ୍ର ଏବଂ ତୀରତ୍ୱକୁ ଅତି ମର୍ୟ୍ୟାଦାପୂର୍ଣ୍ଣ ଢଙ୍ଗରେ ପରିପ୍ରକାଶ କରାଯାଇଥିବା ସେମାନେ ସ୍ପଷ୍ଟ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More