Only for Entertainment

ନିର୍ଦ୍ଦେଶିକା କଙ୍ଗନାଙ୍କୁ ନେଇ ଅସନ୍ତୁଷ୍ଟ ଅଭିନେତା ସୋନୁ ଫିଲ୍ମରୁ ବାଦ ପଡିଲେ ସୋନୁ ସୁଦ୍

indianexpress
0 41

ଚଳଚ୍ଚିତ୍ର ମଣିକର୍ଣ୍ଣିକାକୁ ନେଇ ଦିନକୁ ଦିନ ନୂଆ ବିବାଦ ସବୁ ଦେଖିବାକୁ ମିଳିଲାଣି । ଗତ ବର୍ଷ ମେ’ ମାସରୁ ଫିଲ୍ମର ସୁଟିଂ ଆରମ୍ଭ ହୋଇଥିବାବେଳେ ବର୍ତମାନ ସୁଦ୍ଧା ଏହାର ସୁଟିଂ ଶେଷ ହୋଇ ପାରିନି । ଫିଲ୍ମର କିଛି ଭାଗ ଦୃଶ୍ୟକୁ ରିସୁଟ୍ କରିବା ପାଇଁ ମେକର୍ ଓ ରାଇଟର୍ ନିଷ୍ପତି ନେଇଛନ୍ତି । ହେଲେ ମଣିକର୍ଣ୍ଣିକାର ନିର୍ଦ୍ଦେଶକ କ୍ରିସଙ୍କ ପାଖରେ ସମୟ ଅଭାବରୁ ଏବେ ଏହି ଦାୟିତ୍ୱ ନେଇଛନ୍ତି ଫିଲ୍ମର ଲିଡ୍ ନାୟିକା କଙ୍ଗନା । ଅନ୍ୟପଟେ କଙ୍ଗନାଙ୍କ ନିର୍ଦ୍ଦେଶନା ଦେବା ହଜମ କରି ପାରିଲେ ନାହିଁ ଏହି ସିନେମାର ଅନ୍ୟତମ ପ୍ରମୁଖ ଅଭିନେତା ସୋନୁ ସୁଦ୍ । ଆଉ ମଣିକର୍ଣ୍ଣିକା ସିନେମାରୁ ହେଲେ ଆଉଟ୍ ।

ଅଭିନୟ କରୁ କରୁ ଏବେ ନିର୍ଦ୍ଦେଶିକା ହୋଇଯାଇଛନ୍ତି ବଲିଉଡ୍ କୁଇନ୍ କଙ୍ଗନା ରଣାୱତ । ଚଳଚ୍ଚିତ୍ର ମଣିକର୍ଣ୍ଣିକା ପାଇଁ ଏବେ ନିର୍ଦ୍ଦେଶିକା ସାଜିଛନ୍ତି କଙ୍ଗନା । ଫିଲ୍ମର ସୁଟିଂ ପୂର୍ବରୁ ଶେଷ ହୋଇଥିବାବେଳେ, କିଛି କିଛି ଦୃଶ୍ୟକୁ ରିସୁଟ୍ କରିବା ପାଇଁ ନିଷ୍ପତି ନେଇଥିଲେ ଫିଲ୍ମର ମେକର୍ ଓ ରାଇଟର୍ । ହେଲେ ନିର୍ଦ୍ଦେଶକ କ୍ରିସଙ୍କ ପାଖରେ ସମୟ ଅଭାବରୁ ଏହି ଦାୟିତ୍ୱ ନେଲେ କଙ୍ଗନା । ରିସୁଟ୍ ହେବାକୁ ଥିବା କିଛି ଦୃଶ୍ୟକୁ କଙ୍ଗନା ନିଜେ ଡିରେକ୍ସନ୍ ଦେବା ପାଇଁ ଅଂଟା ଭିଡିଲେ । ସୁଟିଂ ସେଟରୁ ଲିକ୍ ହୋଇଥିବା କ୍ଲାପିଂ ବୋର୍ଡର ଏକ ଫଟୋରେ ଡିରେକ୍ଟର୍ ସ୍ଥାନରେ ଦେଖିବାକୁ ମିଳିଲା କଙ୍ଗନାଙ୍କ ନାମ । ଯାହା ପ୍ରମାଣ କଲା ନିର୍ଦ୍ଦେଶିକା ସାଜିଲେ କଙ୍ଗନା ।

ଅନ୍ୟପଟେ କଙ୍ଗନା ନିର୍ଦ୍ଦେଶିକା ହେବା ପରେ ଅଭିନେତା ସୋନୁ ସୁଦ୍ ଏହି ସିନେମାକୁ ହାତଛଡା କରିଥିବା ଶୁଣିବାକୁ ମିଳୁଛି । ଦୁହିଁଙ୍କ ଭିତରେ ବିବାଦ ଆରମ୍ଭ ହୋଇଥିବା ମଧ୍ୟ ଶୁଣିବାକୁ ମିଳୁଛି । କଙ୍ଗନାଙ୍କ କହିବା କଥା, ସୋନୁ ‘ସିମ୍ବା’ର ସୁଟିଂକୁ ନେଇ ବ୍ୟସ୍ତ ରହୁଛନ୍ତି ଆଉ ମଣିକର୍ଣ୍ଣିକା ପାଇଁ ସମୟ ଦେଉ ନାହାଁନ୍ତି । ଆଉ ଫିଲ୍ମରେ ସ୍ଥାନ ପାଇବାକୁ ଥିବା ସୋନୁଙ୍କ ପ୍ରତ୍ୟେକ ଦୃଶ୍ୟକୁ ରିସୁଟ୍ କରାଯାଉଛି । କାରଣ ରାଇଟର୍ ସୋନୁଙ୍କ ପର୍ଫମାନ୍ସ ରେ ନାହାଁନ୍ତି ଖୁସି । ଆଉ ସୋନୁ ଉକ୍ତ ସିନ ଗୁଡିକର ପୁନଃ ସୁଟ୍ କରିବା ପାଇଁ ସମୟ ଦେଉ ନଥିବାରୁ ତାଙ୍କ ବଦଳରେ ନୂଆ ଅଭିନେତାଙ୍କୁ ନେବାକୁ ଚିନ୍ତା କରିଛନ୍ତି ମେକର୍ । ଏତେ ସବୁ ବିବାଦ ଭିତରେ ଏବେ ଦେଖିବାକୁ ବାକି ରହିଲା, କେବେ ଶେଷ ହେଉଛି ମଣିକର୍ଣ୍ଣିକାର ସୁଟିଂ ଆଉ କେବେ ଏହି ସିନେମାଟି ପରଦାକୁ ଆସୁଛି । ଏହି ଫିଲ୍ମରେ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ରାଣି ଲକ୍ଷ୍ମିବାଇ ଚରିତ୍ରରେ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More