Only for Entertainment

କଲେଜରେ ହୋଇଥିଲା କପିଲଙ୍କୁ ପ୍ରଥମ ପ୍ରେମ, ଶୋ’ର ଡାଇରେକ୍ଟରଙ୍କ ସହିତ ମଧ୍ୟ ଯୋଡା ଯାଇଛି ନାଁ

Bollyworm
0 42

କପିଲ ଶର୍ମା କମେଡି ଦୁନିଆର ବାଦଶାହା । କପିଲଙ୍କ କଥା ଉଠିଲେ ତାଙ୍କର କମିକ ଟାଇମିଙ୍କ ସହିତ ତାଙ୍କ ସହ ଜଡିତ ବିବାଦ ମଧ୍ୟ ସାମ୍ନାକୁ ଆସିଥାଏ । କପିଲଙ୍କ ପେଶାଗତ ଜୀବନ ପରି ତାଙ୍କ ବ୍ୟକ୍ତିଗତ ଜୀବନରେ ମଧ୍ୟ ବିବାଦରେ ଘେରି ରହିଛି । ଏହା ସହିତ ତାଙ୍କ ଲଭ ଲାଇଫ ବିଷୟରେ ମଧ୍ୟ ଅନେକ ଚର୍ଚ୍ଚା ହୋଇଥାଏ । ତେବେ ଆସନ୍ତୁ ଜାଣିବା କାହା କାହା ସହିତ କପିଲଙ୍କ ନାମ ଯୋଡା ଯାଇଛି ।

ଏକ ସାକ୍ଷାତକାରରେ କପିଲ କହିଥିଲେ କଲେଜ ପଢିବା ସମୟରେ ତାଙ୍କୁ ଗୋଟେ ଝିଅ ସହିତ ପ୍ରେମ ହୋଇଥିଲା । ସେ ଝିଅଟି କଲଚରାଲ ପୋଗ୍ରାମ ପାଇଁ ଲଂଣ୍ଡନ ଯାଇଥିଲେ । କିନ୍ତୁ ସେଠାରୁ ସେ ଫେରି ନଥିଲେ । ଲଂଣ୍ଡନରେ ହିଁ ସେଟେଲ ହୋଇଗଲେ । ଏହି ଖବର ଶୁଣି କପିଲଙ୍କ ମନ ଭାଙ୍ଗି ଯାଇଥିଲା ।

kapil

କପିଲଙ୍କ ନାମ କେ ନାଇନର କ୍ରିଏଟିଭ ଡାଇରେକ୍ଟର ପ୍ରିତି ସିମୋସଙ୍କ ସହିତ ମଧ୍ୟ ଯୋଡା ଯାଇଛି । କିନ୍ତୁ ଏହି ସମ୍ପର୍କକୁ ଦୁହେଁ ଗ୍ରହଣ କରିନାହାଁନ୍ତି । କପିଲଙ୍କ ସହିତ ସୁନିଲ ଗ୍ରୋଭରଙ୍କ ଝଗଡା ହେବାରୁ ସୁନିଲ ଶୋ’ ଛାଡିଦେଇଥିଲେ ଏହା ପରେ ପରେ ପ୍ରିତି ମଧ୍ୟ ଶୋ’ ଛାଡିଦେଇଥିଲେ । ପ୍ରିତିଙ୍କ ସହିତ ସମ୍ପର୍କକୁ ନେଇ କପିଲ କହିଥିଲେ ‘ପ୍ରିତିଙ୍କ ସହିତ ମୋର ସମ୍ପର୍କ ଖୁବ ଭଲ । ଏହାକୁ ଆପଣ ଅଫେୟାର, ଡେଟିଂ ଏବଂ ବ୍ରେକଅପ କହିପାରିବେ ନାହିଁ ।’

kapil-and-ginni

୨୦୦୭ରେ କପିଲ ସେସିଆଲ ମିଡିଆରେ କହିଥିଲେ ସେ ଗିନ୍ନୀ ଚତରଥଙ୍କ ସହିତ ରିଲେସନସିପରେ ଅଛନ୍ତି । ଖବର ଅନୁସାରେ ଦୁହେଁ ୨୦୧୧ ପର୍ଯ୍ୟନ୍ତ ପରସ୍ପରକୁ ଡେଟ କରୁଥିଲେ । ଦୁହେଁ ‘ହସ ବଲିଏ’ରେ କାମ କରିବା ସମୟରେ ପରସ୍ପରର ନିକଟତର ହୋଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More