Only for Entertainment

କପିଲଙ୍କ ଫ୍ୟାନ୍ସଙ୍କ ପାଇଁ ଖରାପ ଖବର, ନିର୍ମାତାଙ୍କ ସହିତ ବିବାଦ କାରଣରୁ ବନ୍ଦ ହୋଇପାରେ ଶୋ’

you tube
0 54

କମେଡି କିଙ୍ଗ କପିଲ ଶର୍ମାଙ୍କ ନୂଆ ଶୋ’ ‘ଫ୍ୟାମିଲି ଟାଇମ ୱଥ କପିଲ ଶର୍ମା’ ୨୫ ମାର୍ଚ୍ଚକୁ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ଶୋ’ ବନ୍ଦ ହେବାର ଖବର ସାମ୍ନାକୁ ଆସିଛି । ଗୋଟିଏ ପଟେ ଦର୍ଶକ ଶୋ’କୁ ନେଇ ଖରାପ ପ୍ରତିକ୍ରିୟା ଦେଉଥିବା ବେଳେ ଅନ୍ୟ ପକ୍ଷରେ ତାଙ୍କର ସହ-କଳାକାର ଶୋ’ ଛାଡିଥିବା ନଜର ଆସିଛନ୍ତି ।

Kapil-Sharma-Bollyworm

ଦେଖିବାକୁ ଗଲେ ଦର୍ଶକ ଉତ୍ସୁକତାର ସହିତ ଶୋ’କୁ ଅପେକ୍ଷା କରିଥିଲେ କିନ୍ତୁ ଶୋ ଆସିବେ ପରେ ଏହା ଦର୍ଶକଙ୍କୁ ସେତେ ମାତ୍ରାରେ ମନୋରଞ୍ଜନ କରିପାରିନାହିଁ । କପିଲ ତାଙ୍କ ପୁରୁଣା ଅନ୍ଦାଜରେ ଦର୍ଶକଙ୍କୁ ଖୁସି କରିପାରିନାହାଁନ୍ତି । ଏହାକୁ ଦେଖି ଅନୁମାନ କରାଯାଉଛି ଯେ ଏହି ଶୋ’ ଖୁବଶୀର୍ଘ ବନ୍ଦ ହୋଇପାରେ ।

Kapil-Sharma-HD-Wallpapers-2

ସୋସିଆଲ ମିଡିଆରେ ଦର୍ଶକ ଶୋ’କୁ ନେଇ ନେଗେଟିଭ ପ୍ରତିକ୍ରିୟା ଦେଉଛନ୍ତି । ଗତ ସପ୍ତାହରେ ରାଣୀ ମୁଖାର୍ଜୀଙ୍କ ସହିତ ସୁଟିଂ କ୍ୟାନସଲ କରିବା ପରେ ଶୋ’ର ନିର୍ମାତାଙ୍କ ସହିତ କପିଲଙ୍କର ବିବାଦ ବଢିବାକୁ ଲାଗିଛି । ଖବର ଅନୁସାରେ ଏହି ବିବାଦ କାରଣରୁ ନିର୍ମାତା ଖୁବ ଶୀର୍ଘ ଶୋ’ ବିଷୟରେ କୌଣସି ନିର୍ଣ୍ଣୟ ନେଇ ପାରନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More