Only for Entertainment

କ’ଣ ସିଦ୍ଧୁ ଦେବେ କପିଲଙ୍କ ସାଥ ? ଗେମ ସୋ’ରେ ନେବେ ଭାଗ !

bollywood tadka
0 71

୨୫ମାର୍ଚ୍ଚରେ କମେଡି କିଙ୍ଗ କପିଲ ଶର୍ମା ନୂଆ ସୋ ‘ଫ୍ୟାମିଲି ଟାଇମ ୱିଥ କପିଲ ଶର୍ମା’ ପୁଣି ଥରେ ପରଦାକୁ ଫେରୁଛନ୍ତି । ପ୍ରଶଂସକ ପାଇଁ ଆଶ୍ଚର୍ଯ୍ୟର କଥା ଏହା ରହିଛି ଯେ କ’ଣ ତାଙ୍କ ସହ କ’ଣ ନବଜୋତ ସିଦ୍ଧୁ ଏହି କାର୍ଯ୍ୟକ୍ରମରେ ଦେଖାଯିବେ ।
ବିଶେଷସୂତ୍ରରୁ ପ୍ରକାଶ ଯେ, ସିଦ୍ଧୁ ଏହି ଗେମ ସୋରେ ନଜର ଆସି ପାରନ୍ତି । ଯଦି ତାରିଖରେ ଅସୁବିଧା ନହୁଏ ତେବେ ଏହି ସୋ’ରେ କାଷ୍ଟରେ ଭାଗ ନେବେ । କପିଳଙ୍କ ଟିମରେ ତାଙ୍କର ପୁରୁଣା ସାଥୀଙ୍କ ମଧ୍ୟରୁ କିକୁ ଶାରଦା, ଚନ୍ଦନ ପ୍ରଭାକର ଭାଗ ନେବେ ବୋଲି ଖବର ଶୁଣିବାକୁ ମିଳିଛି । ସେହିଭଳି ସୁନୀଲ ଗ୍ରୋଭର ଏହି ସୋ’ରେ ଭାଗ ନ ନେଇଥିବା କନଫର୍ମ କରି ଦେଇଛନ୍ତି ।
ସେପଟେ ଲାଇଫ ଓକେ ସୋ’ରେ ‘ମେ ଆଇ କମ ଇନ ମ୍ୟାମ’ରେ ନିଗର ସୁନ୍ଦରତା ଯାଦୁ ବିଛାଇଥିବା ଅଭିନେତ୍ରୀ ନେହା ପେଣ୍ଡସେ କପିଲଙ୍କ ସୋ’କୁ ହୋଷ୍ଟ କରବାର ଖବର ଶୁଣିବାକୁ ମିଳିଛି ।
ଏହି ସୋ’ରେ ଅଜୟ ଦେବଗନ ପ୍ରଥମ ଗେସ୍ଟ ରୂପେ ଆସିବେ । ସେ ତାଙ୍କ ଫିଲ୍ମ ରେଡର ପ୍ରମୋସନ ପାଇଁ ଆସିବେ । ଅଜୟ ଦେବଗନ ଏହି ସୋ ପାଇଁ ପ୍ରମୋସନାଲ ଭିଡିଓ ମଧ୍ୟ ପ୍ରସ୍ତୁତ କରିଥିଲେ । ଯେଉଁଥିରେ କପିଲ ଅଭିନେତାଙ୍କୁ ସୋ’ରେ ଆମନ୍ତ୍ରଣ କରୁଥିବା ଦେଖାଯାଇଥିଲେ ।
ଏଠାରେ ଆମେ କହି ରଖୁଛୁ ଯେ କପିଲ ଶର୍ମା ୬ମାସ ବ୍ୟବଧାନ ପରେ ପରଦାକୁ ଫେରିଛନ୍ତି । ରକ୍ତଚାପ, ରାଗ ଏବଂ ଚିନ୍ତା କାରଣରୁ ତାଙ୍କୁ ତାଙ୍କ ସୋ’ ବନ୍ଦ କରିବାକୁ ପଡିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More