Only for Entertainment

ଆମୀର ଖାନଙ୍କ ସହିତ ପୁଣିଥରେ ନଜର ଆସିବେ କରୀନା କପୁର !

India TV
35

ବଲିଉଡ ଅଭିନେତ୍ରୀ କରୀନା କପୁର ଏବଂ ଅଭିନେତା ଆମୀର ଖାନ ଏବେ ଖୁବ ଚର୍ଚ୍ଚାରେ ଅଛନ୍ତି । ଅସଲରେ ବଲିଉଡ ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ ନିଜର ଆଗାମୀ ଫିଲ୍ମ ‘ଲାଲ ସିଂ ଚଡ୍ଢା’କୁ ନେଇ ଚର୍ଚ୍ଚାରେ ଅଛନ୍ତି ।

ଖବର ଅନୁସାରେ କରୀନା କପୁର ଖାନ ୩ ଇଡିଅଟ ପରେ ଆମୀର ଖାନଙ୍କ ସହିତ ଲାଲ ସିଂ ଚଢାରେ ଏକାଠୀ ନଜର ଆସିପାରନ୍ତି । ଯଦି ଏହି ଖବର ସତ ହୁଏ ତେବେ ଫ୍ୟାନ୍ସ ପୁଣିଥରେ ଏହି ଦୁଇ ସୁପରଷ୍ଟାରଙ୍କୁ ପୁଣି ଥରେ ଏକାଠି ପରଦାରେ ଦେଖିପାରିବେ ।

ଆମୀର ଖାନଙ୍କ ଫିଲ୍ମ ଲାଲ ସିଂ ଚଢା ହଲିଉଡ ଫିଲ୍ମ ଫନରେଷ୍ଟ ଗମ୍ପସର ହିନ୍ଦୀ ରିମେକ । ଏହି ଫିଲ୍ମର ସୁଟିଂ ୨୦୧୯ ଅକ୍ଟୋବରରୁ ଆରମ୍ଭ ହେବ । ଆମୀର ଖାନଙ୍କ ଇଚ୍ଛା କରୀନା ଏହି ଫିଲ୍ମରେ କାମ କରନ୍ତୁ । ଏହି ଫିଲ୍ମ ଆୱାର୍ଡ ଜିତି ଥିବାରୁ ଫିଲ୍ମ ପାଇଁ ଆମୀର ଖୁବ ପରିଶ୍ରମ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More